ବିଶେଷ

ବିଶ୍ବର ସବୁଠାରୁ ବୁଦ୍ଧିମାନ ପକ୍ଷୀମାନଙ୍କ ମଧ୍ୟରେ ରହିଛି ଭାରତୀୟ କାଉ, ଏହି ସବୁ ଗୁଣ କରୁଛି ସେମାନଙ୍କୁ ସ୍ବତନ୍ତ୍ର…

ଜବଲପୁର ସ୍ଥିତ ଏନଡିଭିଏସୟୁରେ ପଶୁ ଚିକିତ୍ସା ବିଭାଗର ପ୍ରୋଫେସର ଏବଂ ବିଭାଗୀୟ ଅଧ୍ୟକ୍ଷ ଡା. ଦେବେନ୍ଦ୍ର କୁମାର ଗୁପ୍ତା କହିଛନ୍ତି, ଭାରତୀୟ କାଉ ପ୍ରାକୃତିକ ଜଗତରେ ବୁଦ୍ଧିମତାର ସବୁଠୁ ଆକର୍ଷଣୀୟ ଉଦାହରଣ ମଧ୍ୟରୁ ଗୋଟିଏ।

ନୂଆଦିଲ୍ଲୀ: ପିଲାବେଳେ କାଉର ଚତୁରତା ବିଷୟରେ ବହିରେ ନିଶ୍ଚୟ ପଢ଼ିଥିବେ। କାଉକୁ ଖାଦ୍ୟ ଶୃଙ୍ଖଳର ଏକ ଜରୁରୀ ଅଙ୍ଗ ଭାବରେ ମଧ୍ୟ ଦେଖାଯାଏ। ସମ୍ପ୍ରତି କାଉ ଏବେ ଏକ ସବୁବେଳେ ଶବ୍ଦ କରୁଥିବା ସହରୀ ପକ୍ଷୀ ଭାବରେ ପରିଚିତ ହୋଇଛି। ହେଲେ ପ୍ରକୃତରେ କାଉ କେତେ ଚତୁର ? ବିଶେଷ କରି ଭାରତୀୟ କାଉ… ସେନେଇ ଆସିଛି ଏକ ଗବେଷଣା ରିପୋର୍ଟ। ଯେଉଁଥିରେ କୁହାଯାଇଛି, ପ୍ରକୃତରେ ପୃଥିବୀରେ ସବୁଠୁ ବୁଦ୍ଧିମାନ ପକ୍ଷୀ ପ୍ରଜାତି ମଧ୍ୟରୁ ଗୋଟିଏ।

ମଧ୍ୟପ୍ରଦେଶ ଜବଲପୁର ସ୍ଥିତ ଏନଡିଭିଏସୟୁରେ ପଶୁ ଚିକିତ୍ସା ବିଭାଗର ପ୍ରୋଫେସର ଏବଂ ବିଭାଗୀୟ ଅଧ୍ୟକ୍ଷ ଡା. ଦେବେନ୍ଦ୍ର କୁମାର ଗୁପ୍ତା କହିଛନ୍ତି, କାଉଙ୍କ ଠାରେ କିଛି ସ୍ତନ୍ୟପାୟୀ ପ୍ରାଣୀଙ୍କ ଭଳି ବିଚାର କରିବାର କ୍ଷମତା ରହିଛି। ଆଉ ଏଥିପାଇଁ ସେମାନେ ପ୍ରାକୃତିକ ଜଗତରେ ବୁଦ୍ଧିମତାର ସବୁଠୁ ଆକର୍ଷଣୀୟ ଉଦାହରଣ ମଧ୍ୟରୁ ଗୋଟିଏ।

କାହିଁକି କାଉ ବୁଦ୍ଧିମାନ ?

ଡା. ଗୁପ୍ତା କହିଛନ୍ତି, କାଉଙ୍କ ପାଖରେ ସମସ୍ୟାର ସମାଧାନ ପାଇଁ ପାଇଁ ଉନ୍ନତ କ୍ଷମତା ରହିଛି। ଖାଲି ସେତିକି ନୁହେଁ କାଉଙ୍କର ସ୍ମୃତିଶକ୍ତି ମଧ୍ୟ ଖୁବ୍ ପ୍ରଖର। ଯାହା ସେମାନେ ପ୍ରାୟ ସବୁ ମହାଦ୍ବୀପରେ ରହିବା ଶିଖିସାରିଛନ୍ତି। କେବଳ ଆଣ୍ଟର୍କଟିକାକୁ ଘଞ୍ଚ ଜଙ୍ଗଲରୁ ଆରମ୍ଭ କରି ଜନଗହଳି ପୂର୍ଣ୍ଣ ସହର, ବିଭିନ୍ନ ପ୍ରକାର ପରିବେଶରେ ନିଜକୁ ବଞ୍ଚିବାଯୋଗ୍ୟ କରିଆସିଛନ୍ତି।

କାଉର ବୁଦ୍ଧିମତାର ଆଉ ଏକ ପରିଚୟ ହେଉଛି ସେମାନେ, ଡାଳ, ତାର କିମ୍ବା ପତ୍ରକୁ ଉପକରଣ ବା ଅସ୍ତ୍ର ଭଳି ବ୍ୟବହାର କରିପାରନ୍ତି। ଏହାଦ୍ବାରା ସେମାନେ ଏହାର ବ୍ୟବହାର କରି ଦୁର୍ଗମ ସ୍ଥାନରୁ ଖାଦ୍ୟ ସଂଗ୍ରହ କରିଥାନ୍ତି।

ଜଟିଳ ସମସ୍ୟାକୁ ସମାଧାନ କରିବାରେ ରହିଛି ବିଚକ୍ଷଣ କ୍ଷମତା

କାଉମାନେ ସମସ୍ୟାର ସମାଧାନ କରିବାରେ ଉନ୍ନତା କ୍ଷମତା ପ୍ରଦର୍ଶନ କରନ୍ତି।ଡକ୍ଟର ଗୁପ୍ତା କହିଛନ୍ତି, ସେମାନେ କାରଣ ଏବଂ ଏହାର ପ୍ରଭାବକୁ ବୁଝିଥାନ୍ତି। ଏଥିପାଇଁ ସେମାନେ କୌଣସି କାମର ଯୋଜନା କରିପାରନ୍ତି। କାଉଙ୍କର ବୁଦ୍ଧିମତାର ଏକ ଉଦାହରଣ ଦେଇ ଡାକ୍ତର ଗୁପ୍ତା କହିଛନ୍ତି, କାଉମାନେ ଅଧିକ ଭିଡ଼ ଥିବା ରାସ୍ତାରେ ବାଦାମ ଭଳି ଖାଦ୍ୟ ଫିଙ୍ଗିଦିଅନ୍ତି। ଯାହାଦ୍ବାରା ଲୋକେ ଏବଂ ଗାଡ଼ି ଚଢ଼ିବା କାରଣରୁ ବାଦାମର ଚୋପା ସହଜରେ ଛାଡ଼ିଯିବ। ଆଉ କାଉ ଏହାକୁ ସହଜରେ ଖାଇଥାନ୍ତି। ଏହି ଆଚରଣ ଏବଂ ଯୋଜନା ସେମାନଙ୍କ ସ୍ମୃତି ହିଁ ସେମାନଙ୍କୁ ଖୁବ୍ ସ୍ବତନ୍ତ୍ର କରୁଛି।

କାଉମାନେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିପାରନ୍ତି। ଆଉ ବଡ଼ କଥା ହେଲା ଏହାକୁ ମନେ ରଖି ଅନ୍ୟ ପରିସ୍ଥିତିରେ ମଧ୍ୟ ପ୍ରୟୋଗ କରିଥାନ୍ତି।

ଭାରତୀୟ କାଉମାନେ କାହିଁକି ସ୍ବତନ୍ତ୍ର ?

ଭାରତୀୟ କାଉ, ବିଶେଷକରି ଘରୋଇ କାଉ (କର୍ଭସ୍ ସ୍ପ୍ଲେଣ୍ଡେନ୍ସ) ସହରାଞ୍ଚଳର ଜଟିଳ ଇକୋସିଷ୍ଟମରେ ଚଳିବାରେ ନିଜକୁ ପାରଙ୍ଗମ କରିସାରିଛନ୍ତି। ଡକ୍ଟର ଗୁପ୍ତା କହିଛନ୍ତି, କାଉମାନଙ୍କର ସଫଳତା ସେମାନଙ୍କ ବୁଦ୍ଧିମତା ଏବଂ ଏଥିରୁ ନୂଆ କଥା ଶିଖିବା ଉପରେ ନିର୍ଭର କରୁଛି। ସେମାନେ ମଣିଷର ଚାଲିଚଳଣ, ଖାଦ୍ୟ ଖୋଜିବା ପାଇଁ ନିଜର ଆଚରଣରେ ପରିବର୍ତ୍ତନ ଆଣିପାରିଛନ୍ତି।

କେବଳ ଏକ ସାଧାରଣ ପକ୍ଷୀ ନୁହେଁ, କାଉମାନେ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ‘‘କାଉଙ୍କ ବୁଦ୍ଧିମତାକୁ ବୁଝିବା ପକ୍ଷୀମାନଙ୍କ ବିଷୟରେ ଆମର ଧାରଣାକୁ ଚ୍ୟାଲେଞ୍ଜ କରେ ଏବଂ ବିକାଶ କିପରି ବିଭିନ୍ନ ରୂପରେ ବୁଦ୍ଧିମତାକୁ ଆକାର ଦିଏ ତାହା ଉପରେ ଆଲୋକପାତ କରେ’’, ବୋଲି ଡକ୍ଟର ଗୁପ୍ତା ଉଲ୍ଲେଖ କରିଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button