Breaking News

ବିଶ୍ୱର ରହସ୍ୟମୟ ମନ୍ଦିର,ଯେଉଁଠି ହୁଏ ଛାଡପତ୍ର; ମହିଳାଙ୍କୁ ଦିଆଯାଏ ସୁରକ୍ଷା

ଦୁନିଆରେ ଏପରି ଏକ ମନ୍ଦିର ଅଛି,ନା ସେଠି ଅଛନ୍ତି ଦେବୀଦେବତା,ନା ଅଛି ସେହି ମନ୍ଦିରର କିଛି ପୌରାଣିକ କିମ୍ବଦନ୍ତୀ । ନିଜର ଭିନ୍ନ ଏକ ପରମ୍ପରା ସହ ମନ୍ଦିର ନାମକରଣକୁ ନେଇ ମନ୍ଦିରଟି ସବୁବେଳେ ଚର୍ଚ୍ଚାରେ ରହିଥାଏ । ଆଜ୍ଞା ହଁ ଜାପାନରେ ରହିଛି ଏପରି ଏକ ମନ୍ଦିର ଯାହା ‘ଡିଭୋର୍ସ ଟେମ୍ପଲ’ ନାମରେ ପରିଚିତ ।

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ ହଜାର ହଜାର ମନ୍ଦିର ରହିଛି,ପ୍ରତ୍ୟେକ ମନ୍ଦିର ସ୍ଥାପନା ପଛରେ ରହିଥାଏ କିମ୍ବଦନ୍ତୀ ଓ କିଛି ରୋଚକ ଇତିହାସ । କିଛି ମନ୍ଦିର ନିଜର ବାସ୍ତୁକଳା ପାଇଁ ଜଣାଶୁଣା ହୋଇଥିବାବେଳେ ଆଉ କିଛି ମନ୍ଦିର ଧାର୍ମିକ ମାନତ୍ୟ ପାଇଁ ମଧ୍ୟ ଜଣାଶୁଣା । ଭାରତରେ ଦେବାଦେବୀଙ୍କ ସ୍ଥାପନା ପାଇଁ ଅନେକ ମନ୍ଦିର ଅଛି । ସାଧରଣତଃ ଲୋକମାନେ ମନ୍ଦିରକୁ ଭକ୍ତିଭାବ ରଖି ପ୍ରଭୁଙ୍କ ନିକଟରେ ମୁଣ୍ଡିଆ ମାରି ଆଶୀର୍ବାଦ ପାଇବାକୁ ଯାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ଦୁନିଆରେ ଏପରି ଏକ ମନ୍ଦିର ଅଛି,ନା ସେଠି ଅଛନ୍ତି ଦେବୀଦେବତା,ନା ଅଛି ସେହି ମନ୍ଦିରର କିଛି ପୌରାଣିକ କିମ୍ବଦନ୍ତୀ । ନିଜର ଭିନ୍ନ ଏକ ପରମ୍ପରା ସହ ମନ୍ଦିର ନାମକରଣକୁ ନେଇ ମନ୍ଦିରଟି ସବୁବେଳେ ଚର୍ଚ୍ଚାରେ ରହିଥାଏ । ଆଜ୍ଞା ହଁ ଜାପାନରେ ରହିଛି ଏପରି ଏକ ମନ୍ଦିର ଯାହା ‘ଡିଭୋର୍ସ ଟେମ୍ପଲ’ ନାମରେ ପରିଚିତ ।

ଏହି ମନ୍ଦିରଟି ସେହି ମହିଳାମାନଙ୍କ ପାଇଁ ଅଟେ ଯେଉଁମାନେ ପାରିବାରିକ ହିଂସା ଓ ଅତ୍ୟାଚାରର ଶିକାର ହୁଅନ୍ତି । ସୂଚନା ଅନୁସାରେ ବହୁତ ବର୍ଷ ପୂର୍ବେ ଯେତେବେଳେ ଜାପାନର ମହିଳାମାନଙ୍କୁ ନିଜସ୍ୱ କିଛି ଅଧିକାର ମିଳୁନଥିଲା ସେତେବେଳେ ଏହି ମନ୍ଦିରର ସ୍ଥାପନା କରାଯାଇଥିଲା । ମହିଳାମାନଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଯାଇ ପୁରୁଷମାନେ ଅତି ସହଜରେ ଛାଡପତ୍ର ଦେଉଥିଲେ । ଘରୋଇ ହିଂସାରେ ପିଡିତ ମହିଳାମାନଙ୍କୁ ଆଶ୍ରୟ ଦିଏ ଏହି ମନ୍ଦିର । ପୁରୁଷମାନଙ୍କ ଅତ୍ୟାଚାର ଓ କ୍ରୁରତାର ଶିକାର ମହିଳାମାନଙ୍କ ପାଇଁ ଏହି ମନ୍ଦିରର ଦ୍ୱାର ସବୁବେଳେ ଖୋଲା ରହିଥାଏ । ଏଠାରେ ଥିବା ପିଡିତାମାନଙ୍କୁ ଯେ କେବଳ ଶାରୀରିକ,ମାନସିକ ସ୍ତରରେ ଠିକ୍ କରାଯାଏ ତାହା ନୁହେଁ, ସେମାନଙ୍କ ପାଇଁ ଆଧ୍ୟାତ୍ମିକ ବାତାବରଣ କରାଯାଏ ଯେଉଁଠି ତାଙ୍କୁ ମାନସିକ ଶାନ୍ତି ମିଳେ । ଆଜିବି ଏହି ମନ୍ଦିର ସେହି ମହିଳାମାନଙ୍କ ପ୍ରେରଣାର ଉତ୍ସ ଯେଉଁମାନେ ଅତ୍ୟାଚାରର ସାମ୍ନା କରୁଛନ୍ତି ଏବଂ ସେମାନଙ୍କୁ ସାହାରା ଦେବାକୁ କେହି ନଥାନ୍ତି । ଏହି ମନ୍ଦିରଟି ମହିଳା ସଶକ୍ତିକରଣର ପ୍ରତୀକ କହିଲେ ଅତୁକ୍ତି ହେବ ନାହିଁ ।

୭୦୦ ବର୍ଷର ପୁରୁଣା ଏହି ଐତିହାସୀକ ମନ୍ଦିର

ପ୍ରାୟ ୭୦୦ ବର୍ଷ ତଳର ଏହି ମନ୍ଦିର ଜାପାନର କାମାକୁରା ସହରରେ ଅବସ୍ଥିତ । ବୈଦଧ ନନ୍ କାକୁସନ ତାଙ୍କ ସ୍ୱାମୀ ହୋଜୋ ଟୋକିମୁନଙ୍କ ସହ ମିଶି ଏହି ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିରରେ ଆଶ୍ରୟ ନେଉଥିବା ମହିଳାମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ମଧ୍ୟ ସୁଯୋଗ ଦିଆଯାଏ । ପର୍ବେ ଏହି ମନ୍ଦିର କେବଳ ମହିଳା ମାନଙ୍କପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ୧୯୦୨ ଏଙ୍ଗାକୁଜୀ ଏହି ମନ୍ଦିର ଉପରେ କବ୍ଚା କରି ମନ୍ଦିରର ମୁଖ୍ୟ ଭାବରେ ଜଣେ ପୁରୁଷଙ୍କୁ ନିଯୁକ୍ତି ଦେଲେ ଏବଂ ସେବେଠାରୁ ବେସେହାରା ପୁରୁଷ ମାନଙ୍କୁ ମଧ୍ୟ ସେଠାରେ ରହିବାକୁ ସୁଯୋଗ ମିଳିଲା ।ସବୁ ଦେଶ ତୁଳାନରେ ଧାର୍ମିକ ପୀଠକୁ ନେଇ ଭାରତରେ ଅନେକ ବିବିଧତା ରହିଛି । ହେଲେ ଜାପାନ ଭଳି ଏକ ନାସ୍ତିକବାଦୀ ଦେଶରେ ଏଭଳି ଏକ ମନ୍ଦିର ଓ ଯାହାର ମହତ୍ୱ ବେଶ ଜନଉପଯୋଗୀ ତାହା ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ ।
ସୌଜନ୍ୟ-କନକ

Comments are closed.