Breaking News

ବିହାର ଉପମୁଖ୍ୟମନ୍ତ୍ରୀଙ୍କ ୨ ଭୋଟର କାର୍ଡ: ତେଜସ୍ବୀ

ବିହାରରେ ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍‌)କୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ଏବେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଜୟ କୁମାର ସିହ୍ନା ଦୁଇଟି ଭୋଟର...

 ବିହାର ଉପମୁଖ୍ୟମନ୍ତ୍ରୀଙ୍କ ୨ ଭୋଟର କାର୍ଡ: ତେଜସ୍ବୀ

ପାଠନା: ବିହାରରେ ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍‌)କୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ଏବେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଜୟ କୁମାର ସିହ୍ନା ଦୁଇଟି ଭୋଟର କାର୍ଡ଼ ରଖିଥିବା ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଅଭିଯୋଗ ଆଣିଛନ୍ତି। ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ତେଜସ୍ବୀ କହିଛନ୍ତି, ଉପମୁଖ୍ୟମନ୍ତ୍ରୀଙ୍କର ଦୁଇଟି ଅଲଗା ଅଲଗା ନିର୍ବାଚନମଣ୍ଡଳୀରୁ ଦୁଇଟି ଭୋଟର ପରିଚୟପତ୍ର ରହିଛି। ଲଖିସରାଇ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଙ୍କିପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକା ଫର୍ମାଟରେ ତାଙ୍କ ନାଁ ପଞ୍ଜୀକୃତ ହୋଇଛି। ଉଭୟରେ ସ୍ଥାନରେ ବୟସ ମଧ୍ୟ ଭିନ୍ନ ରହିଛି। ଏଥିରୁ ସ୍ପଷ୍ଟ ଯେ, ସିହ୍ନା ଦୁଇଟି ସ୍ଥାନରେ ପଞ୍ଜୀକରଣ ପାଇଁ ତାଙ୍କ ନାମ ସଂଶୋଧନ କରାଇଥିଲେ। ଯଦି ଏହା ଘଟିଛି, ତେବେ ଏହା କ’ଣ ଅପରାଧ ନୁହେଁ କି ବୋଲି ତେଜସ୍ବୀ ପ୍ରଶ୍ନ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଆଜି ନିର୍ବାଚନ କମିସନ ସିହ୍ନାଙ୍କୁ ନୋଟିସ୍‌ କରି ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏ ବାବଦ  ଜବାବ ଦେବାକୁ କହିଛନ୍ତି
ଅନ୍ୟପକ୍ଷରେ ସହ୍ନା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କର ଠିକଣା ବଦଳିବା ପରେ ସେ ନୂଆ ଠିକଣାରେ ଭୋଟର୍‌ କାର୍ଡ ଆବେଦନ କରିଥିଲେ ଏବଂ ଗୋଟିଏ କାର୍ଡ଼  କାଟିବା ଲାଗି ବୁଥସ୍ତରୀୟ ଅଧିକାରୀଙ୍କୁ ଆବେଦନ କରିଥିଲେ।  ସେ ଗତ ନିର୍ବାଚନରେ ଗୋଟିଏ ସ୍ଥାନରୁ ଭୋଟ ଦେଇଥିବା  ପ୍ରମାଣ ରହିଥିବା କହିଛନ୍ତି। ଏହା ସହିତ ପୁରୁଣା ଠିକଣାରେ ଥିବା ଇପିଆଇସି ନମ୍ବର ହଟାଇବା ପାଇଁ ଆବେଦନ ସଂକ୍ରାନ୍ତ ପ୍ରମାଣ  ମଧ୍ୟ ସିହ୍ନା ଗଣମାଧ୍ୟମକୁ ଦେଖାଇଛନ୍ତି।

 

 

ସୌଜନ୍ୟ – ସମ୍ବାଦ

Comments are closed.