Breaking News

ବିୱାଇଡି ସିଲ୍‌

ସେଡାନ୍‌ ଇଭି ସେଗ୍‌ମେଣ୍ଟ୍‌ରେ ସାମିଲ ହୋଇଛି ବିୱାଇଡିର ସିଲ୍‌ କାର୍‌। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୪୧,୦୦,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ଡବଲ୍‌-ୟୁ ଫ୍ଲୋଟିଂ ଏଲ୍‌ଇଡି ହେଡ୍‌ଲାଇଟ୍‌, ସିଲ୍‌ଭର୍‌-ପ୍ଲେଟେଡ୍‌ ପାନୋ‌ରାମିକ୍‌ ଗ୍ଲାସ୍‌ରୁଫ୍‌....

ସେଡାନ୍‌ ଇଭି ସେଗ୍‌ମେଣ୍ଟ୍‌ରେ ସାମିଲ ହୋଇଛି ବିୱାଇଡିର ସିଲ୍‌ କାର୍‌। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୪୧,୦୦,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ଡବଲ୍‌-ୟୁ ଫ୍ଲୋଟିଂ ଏଲ୍‌ଇଡି ହେଡ୍‌ଲାଇଟ୍‌, ସିଲ୍‌ଭର୍‌-ପ୍ଲେଟେଡ୍‌ ପାନୋ‌ରାମିକ୍‌ ଗ୍ଲାସ୍‌ରୁଫ୍‌, ୬ଟି ଏୟାର୍‌ବ୍ୟାଗ୍‌, ୩୬୦ଂ କ୍ୟାମେରା, ଓସେନ୍‌ ଆସ୍‌‌େଥଟିକ୍ସ ଆଡ୍‌ଭାନ୍‌ସଡ୍‌ ଇଣ୍ଟେଲିଜେଣ୍ଟ କକ୍‌ପିଟ୍‌, ୧୫.୬ ଇଞ୍ଚ ସେଲ୍‌ଫ-ଆଡାପ୍ଟ ରୋଟିଂ ସ୍କ୍ରିନ୍‌ ପରି ବୈଶିଷ୍ଟ୍ୟ ରହିଛି। ଏହି କାର୍‌ରେ ୮୨.୫୬ କିଲୋୱାଟ୍‌ର ବ୍ଲେଡ୍‌ ବ୍ୟାଟେରି ରହିଛି, ଯାହାକି ୪୫ ମିନିଟ୍‌ରେ ୦-୮୦% ଚାର୍ଜ ହୋଇଥାଏ ଏବଂ ୧୫ ମିନିଟ୍‌ ଚ‌ାର୍ଜରେ ୨୦୦ କି.ମି. ପର୍ଯ୍ୟନ୍ତ ଗତି କରିଥାଏ। ଏହାର ସର୍ବାଧିକ ରେଞ୍ଜ୍‌ ହେଉଛି ୬୫୦ କିଲୋମିଟର୍‌ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ବିୱାଇଡି ସିଲ୍‌ ଆର୍କଟିକ୍‌ ବ୍ଲୁ, ଅରୋରା ହ୍ବାଇଟ୍‌, ଆଟ୍‌ଲାଣ୍ଟିସ୍‌ ଗ୍ରେ, କସ୍‌ମସ୍‌ ବ୍ଲାକ୍‌ ପରି ଚାରିଟି ରଙ୍ଗରେ ଉପଲବ୍ଧ।
ସୌଜନ୍ୟ-ସମ୍ୱାଦ

Comments are closed.