Breaking News

ବେଆଇନ୍‌ ପାର୍କିଂରୁ ଟ୍ରାଫିକ୍‌ ଜାମ୍‌: ଯିଏ ଯେଉଁଠି ପାରିଲେ ଥୋଇଲେ

ରାଜଧାନୀରେ ଉଗ୍ର ରୂପ ନେଲାଣି ପାର୍କିଂ ସମସ୍ୟା। ଯିଏ ଯେଉଁଠି ପାରୁଛି ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିଦେଉଛି। ପର୍ଯ୍ୟାପ୍ତ ପରିମାଣରେ ପାର୍କିଂ ବ୍ୟବସ୍ଥ‌ା ନଥିବାରୁ ଟ୍ରାଫିକ ପୁଲିସ୍‌ ମଧ୍ୟ ଲାଚାର। କାର୍ଯ୍ୟକ୍ରମ କରାଯାଉଛି, ହେଲେ ହଜାର ହଜାର ଗାଡ଼ି ରାସ୍ତା କଡ଼‌ରେ ପାର୍କିଂ କରାଯାଉଛି।

ଭୁବନେଶ୍ବର: ରାଜଧାନୀରେ ଉଗ୍ର ରୂପ ନେଲାଣି ପାର୍କିଂ ସମସ୍ୟା। ଯିଏ ଯେଉଁଠି ପାରୁଛି ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିଦେଉଛି। ପର୍ଯ୍ୟାପ୍ତ ପରିମାଣରେ ପାର୍କିଂ ବ୍ୟବସ୍ଥ‌ା ନଥିବାରୁ ଟ୍ରାଫିକ ପୁଲିସ୍‌ ମଧ୍ୟ ଲାଚାର। କାର୍ଯ୍ୟକ୍ରମ କରାଯାଉଛି, ହେଲେ ହଜାର ହଜାର ଗାଡ଼ି ରାସ୍ତା କଡ଼‌ରେ ପାର୍କିଂ କରାଯାଉଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଦୁଇଟି ବହୁତଳ ପାର୍କିଂ ଥିଲେ ସୁଦ୍ଧା ବହୁ ସମୟରେ ଏହା କାମରେ ଆସୁନି‌। ବହୁତଳ ପାର୍କିଂ ପାଖରେ ଲୋକେ ରାସ୍ତା କଡ଼ରେ ପାର୍କିଂ କରୁଛନ୍ତି। ଫଳରେ ରାଜଧାନ‌ୀରେ ଟ୍ରାଫିକ ଜାମ୍‌ ବଢ଼ୁଛି।

ସୂଚନାନୁସାରେ ରାଜଧାନୀରେ ଜନତା ମଇଦାନ, ପ୍ରଦର୍ଶନୀ ପଡ଼ିଆ, ବରମୁଣ୍ଡା ‌ଖେଳପଡ଼ିଆ, ଆଦିବାସୀ ପଡ଼ିଆରେ ବିଭିନ୍ନ ବଡ଼ ମେଳା ଆୟୋଜନ କରାଯାଉଛି। କିନ୍ତୁ ଏଥିରୁ ପ୍ରଦର୍ଶନୀ ପଡ଼ିଆ ଓ ଆଦିବାସୀ ପଡ଼ିଆରେ ପର୍ଯ୍ୟାପ୍ତ ପରିମାଣରେ ଟ୍ରାଫିକ ବ୍ୟବସ୍ଥା‌ ନାହିଁ। ଲୋକ ଭିଡ଼ ହେଲେ ଲୋକମ‌ାନେ ରାସ୍ତାକଡ଼ରେ ପାର୍କିଂ କରୁଛନ୍ତି। ଆଦିବାସୀ ପଡ଼ିଆରେ ଅଧିକ ଅସୁବିଧା ହେଉ ନଥିଲେ ମଧ୍ୟ ପ୍ରଦର୍ଶନୀ ପଡ଼ିଆରେ ମେଳାକୁ ଆସୁଥିବା ଲୋକମାନେ ରାସ୍ତା କଡ଼ରେ ପାର୍କିଂ କରୁଛନ୍ତି। ରାମମନ୍ଦିର ଛକକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବଳ ଟ୍ରା‌ଫିକ ଜାମ ଦେଖିବାକୁ ମିଳୁଛି। ସେହିପରି ଆଇଜି ପାର୍କ, ଫରେଷ୍ଟ ପାର୍କ, ମଧୁସୂଦନ ପାର୍କ, ବୁଦ୍ଧ ପାର୍କ ଆଦି ସ୍ଥାନମାନଙ୍କରେ ଏକାଧିକ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ପାର୍କିଂ ବ୍ୟବସ୍ଥା‌ ନାହିଁ। ଏହାବାଦ ବିଭିନ୍ନ ମୁଖ୍ୟରାସ୍ତା କଡ଼ରେ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟକ୍ରମ କରାଯାଉଛି। ‌ସେହି ପ୍ରେକ୍ଷାଳୟ ମଧ୍ୟରେ ପାର୍କିଂ ବ୍ୟବସ୍ଥା ରହୁ ନାହିଁ।

କାମରେ ଆସୁନି ବହୁତଳ ପାର୍କିଂ
ଜରିମାନା ଆଦାୟ ହେଉଛି, ଆଗକୁ ଆହୁରି କଠୋର ହେବୁ: ଏସିପି

ରସୁଲଗଡ଼, କଟକ ରୋଡ୍‌, ଜନପଥ ଆଦି ରାସ୍ତାକଡ଼‌ରେ ଦିନକୁ ଦିନ ଗାଡ଼ି ପାର୍କିଂ ବଢ଼ୁଛି। ବଡ଼ ବଡ଼ ଦୋକାନ ସମ୍ମୁଖରେ ମଧ୍ୟ ଗା‌ଡ଼ି ପାର୍କିଂ କରି ଲୋକମା‌ନେ ଘଣ୍ଟା ଘଣ୍ଟା ଧରି ପଳାଉଛନ୍ତି। ଅଣଓସାରିଆ ରାସ୍ତାକୁ ବେଆଇନ ପାର୍କିଂ ଯୋଗୁଁ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇଯାଉଛି। ଗୋଟିଏ ଲେନ୍‌ରେ ପାର୍କିଂ, ଆଉ ଗୋଟିଏ ଲେନ୍‌ରେ ଗାଡ଼ି ଚଳାଚଳ କରୁଛି। ସେହିପରି ରାଜମହଲ ଛକରୁ ଏଜି ଛକ ମଧ୍ୟରେ ବି ଗାଡ଼ି ପାର୍କିଂ ହେଉଛି। ନିକଟରେ ବହୁ ତଳ ପାର୍କିଂସ୍ଥଳ ରହିଥିଲେ ମଧ୍ୟ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ବହୁ ଓଭରବ୍ରିଜ ତଳେ ମଧ୍ୟ ଲୋକମାନେ ବେଆ‌ଇନ ପାର୍କିଂ କରୁଛନ୍ତି।
ଏନେଇ ସାଧାରଣ ଲୋକମାନେ କହୁଛନ୍ତି ବହୁସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଉ ନାହିଁ। ସେଠାକୁ ଗଲେ କେଉଁଠି ଗାଡ଼ି ରଖିବୁ? ରାସ୍ତାକୁ ଛାଡ଼ି ଦୋକାନୀମାନେ ପାର୍କିଂ ବ୍ୟବସ୍ଥା କଲେ ରାଜଧାନୀର ଟ୍ରା‌ଫିକ ବ୍ୟବସ୍ଥା ‌କେତେକାଂଶରେ ସୁଧୁରିଯାଇ ପାରିବ। ତେବେ ଟ୍ରାଫିକ ଏସିପି ଉମାକାନ୍ତ ବିଶ୍ବାଳ କହିଛନ୍ତି ଯେ ଯେଉଁଠାରେ ବେଆଇନ ପାର୍କିଂ କରାଯାଉଛି ସେଠାରୁ ଗାଡ଼ି ‌ଉଠାଇ ନିଆଯାଉଛି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଚାଲିଥିବା ସମୟରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ବିଭିନ୍ନ ସ୍ଥାନରୁ ଜରିମାନା ଆ‌ଦାୟ କରା‌ଯାଉଛି। ଆଗକୁ ବେଆଇନ୍‌ ପାର୍କିଂ ବିରୋଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରାଫିକ୍‌ ଏସିପି କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.