Breaking News

ବ୍ୟାଙ୍କିଙ୍ଗ୍‌ ସୂତ୍ର: ପିଲାଙ୍କ ପାଇଁ ଜମାଖାତା

୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ବି ବ୍ୟାଙ୍କ୍‌ରେ ସଞ୍ଚୟ ଜମାଖାତା (ସେଭିଙ୍ଗ୍‌ସ ଆକାଉଣ୍ଟ) ଖୋଲିହେବ। ଏଥିଲାଗି ଏକ ନିର୍ଦ୍ଦିଷ୍ଟ ପରିମାଣର ଜମାରାଶି ଖାତାରେ ରଖିବାକୁ ପଡ଼ିବ। ଖାତା ଖୋଲିସାରିବା ପରେ ପିଲାଙ୍କ ପାଇଁ ଏକ ଲିମିଟ୍‌ ବା ଟଙ୍କା ଉଠାଣ ସୀମା ନିର୍ଦ୍ଧାରଣ କରାଯିବ।

0

୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ବି ବ୍ୟାଙ୍କ୍‌ରେ ସଞ୍ଚୟ ଜମାଖାତା (ସେଭିଙ୍ଗ୍‌ସ ଆକାଉଣ୍ଟ) ଖୋଲିହେବ। ଏଥିଲାଗି ଏକ ନିର୍ଦ୍ଦିଷ୍ଟ ପରିମାଣର ଜମାରାଶି ଖାତାରେ ରଖିବାକୁ ପଡ଼ିବ। ଖାତା ଖୋଲିସାରିବା ପରେ ପିଲାଙ୍କ ପାଇଁ ଏକ ଲିମିଟ୍‌ ବା ଟଙ୍କା ଉଠାଣ ସୀମା ନିର୍ଦ୍ଧାରଣ କରାଯିବ। ଏହି ଉଠାଣ ସୀମାରୁ ଅଧିକ ଟଙ୍କା ବିନା ଅନୁମତିରେ ଉଠାଯାଇପାରିବ ନାହିଁ। ଯଦିଓ ନାବାଳକଙ୍କ ଆକାଉଣ୍ଟରେ କାରବାର ପାଇଁ ବ୍ୟାଙ୍କ୍‌ ପକ୍ଷରୁ ଏଟିଏମ୍‌ କାର୍ଡ ଜାରି କରାଯାଇଥାଏ, ମାତ୍ର ଏଥିରେ ସାଧାରଣ ଆକାଉଣ୍ଟରେ ମିଳୁଥିବା ସୁବିଧା ଠାରୁ କମ୍‌ ପରିମାଣର ଅର୍ଥରାଶି କାରବାର କରିହୁଏ।

 ଆକାଉଣ୍ଟ ଖୋଲିବା ପାଇଁ କ’ଣ ଆବଶ୍ୟକ?
 ପିଲାମାନଙ୍କ ପାଇଁ ଜମାଖାତା ଖୋଲିବାକୁ ହେଲେ ପ୍ରଥମେ ଅଭିଭାବକଙ୍କ ନାଁରେ ଏକ ସେଭିଙ୍ଗ୍‌ସ ଆକାଉଣ୍ଟ୍ ଥିବା ଆବଶ୍ୟକ।
 ଖାତାଟି ପିଲା ନାଁରେ ଖୋଲାହେବ ଏବଂ ଅଭିଭାବକ ଜଏଣ୍ଟ୍ ହୋଲ୍‌ଡର୍‌ ରହିବେ। ଖାତାରେ ପିଲାର ଫଟୋ ସହିତ ଅଭିଭାବକଙ୍କ ଫଟୋ ସଂଲଗ୍ନ କରିବାକୁ ପଡ଼ିବ।
 ପିଲାର ଜନ୍ମ ସାର୍ଟିଫିକେଟ୍‌କୁ ପ୍ରମାଣ ସ୍ବରୂପ ଦାଖଲ କରିବାକୁ ପଡ଼ିବ। ଏହାସହିତ ଅଭିଭାବକଙ୍କ ଖାତାଧାରକ ସହିତ ସଂପର୍କ କ’ଣ ତାହାର ପ୍ରମାଣ ଦେବାକୁ ପଡ଼ିବ।
 ଅଭିଭାବକଙ୍କୁ ସେମାନଙ୍କ ସଂପୂର୍ଣ୍ଣ ତଥ୍ୟାବଳୀ, ‌ଯେପରିକି ପ୍ୟାନ୍‌ କାର୍ଡ ତଥ୍ୟ ଦାଖଲ କରିବାକୁ ପଡ଼ିବ।
 ଅଭିଭାବକଙ୍କୁ ଏକ ସ୍ବତନ୍ତ୍ର ଫର୍ମ ପୂରଣ କରିବାକୁ ପଡ଼ିବ, ଯେଉଁଥିରେ ସେମାନଙ୍କ ଅନ୍ୟାନ୍ୟ ଜରୁରି ସୂଚନା ରହିବା ଆବଶ୍ୟକ।
 ଏସବୁ ଯାଞ୍ଚ ଓ ଜମା ପରେ ପିଲାର ଆକାଉଣ୍ଟ ଖୋଲିଯିବ ଏବଂ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଓ ଏଟିଏମ୍‌ ପ୍ରଦାନ କରିବ। ଏହାସହିତ ଏକ ଚେକ୍‌ବୁକ୍‌ ମଧ୍ୟ ସଙ୍ଗେସଙ୍ଗେ ମିଳିଯିବ।
ଆପଣଙ୍କ ପିଲାଙ୍କୁ ଟଙ୍କା ସଞ୍ଚୟର ଅଭ୍ୟାସ କରାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ଯାହାକି ତା’ର ଭବିଷ୍ୟତ ପାଇଁ ଉପାଦେୟ। ଏଣୁ ଅଭିଭାବକ ବିଭିନ୍ନ ବ୍ୟାଙ୍କ୍‌ ପକ୍ଷରୁ ଜାରି ପିଲାଙ୍କ ପାଇଁ ସଞ୍ଚୟ ଜମାଖାତା ବିଷୟ‌େର ଅବଗତ ହୋଇ କେଉଁ ଆକାଉଣ୍ଟ ଖୋଲିବେ ସେ ନିଷ୍ପତ୍ତି ନେବା ଜରୁରି। ଉଦାହରଣ ସ୍ବରୂପ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ ‘ପେହ୍‌ଲା କଦମ୍‌’ ଓ ‘ପେହ୍‌ଲି ଉଡାନ୍‌’ ନାମକ ଦୁଇ ପ୍ରକାର ଆକାଉଣ୍ଟର ସୁବିଧା ପ୍ରଦାନ କରୁଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.