ଭଡ଼ା ଘରେ ସେକ୍ସ ରାକେଟ୍: ଚଢଉ କଲା ପୁଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ସେକ୍ସ ରାକେଟ୍‌ର ସନ୍ଧାନ ମିଳିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡ଼ା ଘରେ ଏହି ସେକ୍ସ ରାକେଟ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ପକ୍ଷରୁ ଭଡ଼ା ଘରେ ଚଢଉ କରାଯାଇଥିଲା।

ଚଢଉ ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତଥିବା ଜଣାପଡ଼ିଛି। ଚଢଉବେଳେ ଖଣ୍ଡଗିରି ଥାନା ପୁଲିସ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ଏକ ବାଇକ୍ ଜବତ କରିଛି।ବାଇକ୍‌ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୁଲିସ ଯୁବତୀମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଏହି ରାକେଟ୍‌ରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି ସେନେଇ ପୁଲିସ ସନ୍ଧାନ ଜାରି ରଖିଛି।

ନୟାଗଡ଼ର ଜଣେ ରାଣୀ ମହୁମାଛିଙ୍କ ଜରିଆରେ ଏହି କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।
ସୌଜନ୍ୟ-ସମ୍ୱାଦ

Related Articles

Back to top button