ମନୋରଞ୍ଜନ

ଭାଇଜାନଙ୍କ ସହ ପଙ୍ଗା ନେବା ପଡିଲା ମହଙ୍ଗା, ଅଭିନେତାଙ୍କ ବିରୋଧରେ ଟିପ୍ପଣୀ ଦେଇପାରିବେନି ଅଭିନବ

ମୁମ୍ଵାଇ ୦୨।୦୨; ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପ ସଲମାନ ଖାନଙ୍କ ହିଟ୍ ଫିଲ୍ମ‘ଦବଙ୍ଗ’ର ନିର୍ଦ୍ଦେଶନା ଦେଇଥିଲେ। ସେ କିନ୍ତୁ ଏହି ଫ୍ରାଞ୍ଚାଇଜର ଦ୍ୱିତୀୟ ଫିଲ୍ମର ଅଂଶ ନ ଥିଲେ। ନିର୍ଦ୍ଦେଶକ ଦାବି କରିଥିଲେ ଯେ ସଲମାନ ଖାନ ତାଙ୍କୁ ‘ଦବଙ୍ଗ’ରୁ ବାହାର କରିଦେଇଥିଲେ, କିନ୍ତୁ ଏବେ ତାଙ୍କର ବୟାନ ତାଙ୍କ ପାଇଁ ମହଙ୍ଗା ପଡ଼ିଛି।ନିର୍ଦ୍ଦେଶକ ଅଭିନବ କଶ୍ୟପଙ୍କ ବିରୋଧରେ ମାନହାନି ଅଭିଯୋଗ ଆସିଛି। କୋର୍ଟ ତାଙ୍କୁ ସାର୍ବଜନୀନ ଭାବରେ ସଲମାନ ଖାନ ଏବଂ ତାଙ୍କ ପରିବାର ବିରୁଦ୍ଧରେ କୌଣସି ମତ ଦେବାରୁ ନିଷେଧ କରିଛନ୍ତି।ଅଭିନବ କଶ୍ୟପ ‘ଦବଙ୍ଗ’ ସେଟରେ ସଲମାନ ଖାନଙ୍କ ସହ ତାଙ୍କର ମତଭେଦକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ସେ ବାରମ୍ବାର ପ୍ରକାଶ କରିଛନ୍ତି ଯେ ଭାଇଜାନ ତାଙ୍କ କ୍ୟାରିଅରକୁ ନଷ୍ଟ କରିଦେଇଛନ୍ତି, ଏବଂ ସେବେଠାରୁ ତାନି ଇଣ୍ଡଷ୍ଟ୍ରିରେ କାମ ମିଳୁ ନାହିଁ।

ନିର୍ଦ୍ଦେଶକ ଭାଇଜାନ ଏବଂ ତାଙ୍କ ପରିବାରକୁ ନେଇ ଆହୁରି ଅନେକ ଦାବି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଅଭିନବ କଶ୍ୟପ, କୋମଲ ମେହରୁ, ଖୁସନୁ ହଜାରେ, ଅଶୋକ କୁମାର/ଜନ୍ ଡୋ ଏବଂ କେତେକ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ ମାନହାନି ମାମଲା ଦାୟର କରିଛନ୍ତି। ଭାଇଜାନ ନିର୍ଦ୍ଦେଶକଙ୍କ ବିରୋଧରେ ମାନହାନି ମାମଲା ଦାୟର କରି ୯ କୋଟି କ୍ଷତିପୂରଣ ଦାବି କରିଛନ୍ତି। ମାମଲାର ଶୁଣାଣି କରି କୋର୍ଟ ଅଭିନବଙ୍କ ବିରୋଧରେ ଏକ ପ୍ରତିବନ୍ଧକ ଆଦେଶ ଜାରି କରିଛନ୍ତି। ଅଦାଲତ କହିଛନ୍ତି ଯେ କୌଣସି ବ୍ୟକ୍ତି କଥା କହିବାର ସ୍ୱାଧୀନତା ନାଁରେ କାହା ବିରୁଦ୍ଧରେ ଅପମାନଜନକ କିମ୍ବା ଧମକପୂର୍ଣ୍ଣ ଭାଷା ବ୍ୟବହାର କରିପାରିବେ ନାହିଁ।

ଏହି ମାମଲାରେ, ସଲମାନ ଖାନଙ୍କ ପକ୍ଷରୁ ଓକିଲ ପ୍ରଦୀପ ଗାନ୍ଧୀ ଏହି ସାକ୍ଷାତକାରଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଲମାନ ଖାନ ଏବଂ ତାଙ୍କ ପରିବାର ବିରୁଦ୍ଧରେ କଶ୍ୟପ ଦେଇଥିବା ମନ୍ତବ୍ୟ ପାଇଁ ୯ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଏଠାରେ ପ୍ରକାଶଥାଉ ଯେ, ଅଭିନବ କଶ୍ୟପ ଏପର୍ଯ୍ୟନ୍ତ ମୋଟ ୨୬ଟି ଭିଡିଓରେ ସଲମାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button