Breaking News

ଭାନାପୁରରୁ ଲଣ୍ଡନ

ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାର ଏକ ଛୋଟିଆ ଗାଁ ହେଉଛି ଭାନାପୁର, ଏହା ଆଦିବାସୀ ଜନବହୁଳ। ଭାନାପୁର ଗାଁଟି ଜଙ୍ଗଲ ଭିତରେ ଅବସ୍ଥିତ। ଆଉ ସେଇ ଗାଁର ଝିଅ ହେଉଛନ୍ତି ପ୍ରିୟା ଯଶୱନ୍ତ ତାଡମ୍‌। ତାଙ୍କ ବାପା ଜଣେ କୃଷକ।

ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାର ଏକ ଛୋଟିଆ ଗାଁ ହେଉଛି ଭାନାପୁର, ଏହା ଆଦିବାସୀ ଜନବହୁଳ। ଭାନାପୁର ଗାଁଟି ଜଙ୍ଗଲ ଭିତରେ ଅବସ୍ଥିତ। ଆଉ ସେଇ ଗାଁର ଝିଅ ହେଉଛନ୍ତି ପ୍ରିୟା ଯଶୱନ୍ତ ତାଡମ୍‌। ତାଙ୍କ ବାପା ଜଣେ କୃଷକ। ଏକ ରିପୋର୍ଟ ମୁତାବକ, ତାଙ୍କ ଗାଁରେ କୌଣସି ସ୍କୁଲ୍‌ ନଥିଲା କିମ୍ବା ଭଲ ରାସ୍ତାଟିଏ ବି ନଥିଲା। ପ୍ରିୟା ଓ ତାଙ୍କ ସାନ ଭଉଣୀ ପାଠ ପଢ଼ିବା ପାଇଁ ଗାଁଠାରୁ ୨ କିଲୋମିଟର ଦୂରରେ ଥିବା ସ୍କୁଲ୍‌କୁ ପା‌ଦରେ ଚାଲିଚାଲି ଯାଉଥିଲେ। ଏହାପରେ ତାଙ୍କ ବାପା ପ୍ରିୟାଙ୍କ ପରବର୍ତ୍ତୀ ପାଠପଢ଼ା ପାଇଁ ଜଣେ ସଂପର୍କୀୟଙ୍କ ଘରେ ଛାଡ଼ିଥିଲେ। ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ିବା ପାଇଁ ତାଙ୍କ ଘରଠୁ ୨୨ କି.ମି. ଦୂରରେ ଥିବା କଲେଜକୁ ଯିବାକୁ ପଡୁଥିଲା। ସେ ନାଗପୁରର ଡ. ବାବାସାହେବ ଆମ୍ବେଦକର କଲେଜ୍‌ ଅଫ୍‌ ଲ’ରୁ ବିଏ-ଏଲ୍‌ଏଲ୍‌ବି କରିଛନ୍ତି।

ତାଙ୍କର ସ୍ବପ୍ନ ଥିଲା ଦିନେ ବହୁତ ବଡ଼ ଓକିଲ ହେବେ। ସେଥିପାଇଁ ‌େସ ଲଣ୍ଡନ୍‌ରେ ପାଠ ପଢ଼ିବାକୁ ଚାହୁଥିଲେ। ପ୍ରିୟା ନାଗପୁର ଜିଲ୍ଲା କୋର୍ଟ ଓ ହାଇକୋର୍ଟରେ ଇଣ୍ଟର୍ନସିପ୍‌ କରୁଥିବା ସମୟରୁ ଲଣ୍ଡନ୍‌ରେ ଏଲ୍‌ଏଲ୍‌ଏମ୍‌ କରିବାକୁ ସ୍ବପ୍ନ ଦେଖିଥିଲେ। ତେବେ ତାଙ୍କ ଲଣ୍ଡନ୍‌ରେ ପାଠ ପଢ଼ିବାର ସ୍ବପ୍ନ ଏବେ ପୂରା ହେବାକୁ ଯାଉଛି। ଲଣ୍ଡନ୍‌ର କ୍ବିନ୍‌ ମେରୀ ୟୁନିଭର୍ସିଟିରେ ଏଲ୍‌ଏଲ୍‌ଏମ୍‌ ବିଷୟରେ ପାଠ ପଢ଼ିବା ପାଇଁ ପ୍ରିୟାଙ୍କୁ ମହାରାଷ୍ଟ୍ର ସରକାରଙ୍କ ତରଫରୁ ୩୭.୬୧ ଲକ୍ଷ ଟଙ୍କାର ସ୍କଲାର୍‌ସିପ୍‌ ମିଳିଛି।

ତାଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନଥିଲା କି ପ୍ରିୟାଙ୍କୁ ସେ ଲଣ୍ଡନ୍‌ରେ ପଢ଼ାଇପାରିବେ କିମ୍ବା ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିପାରିବେ। ଏଣୁ ‌େସ ମହାରାଷ୍ଟ୍ର ଟ୍ରାଇବାଲ୍‌ ଡେଭଲପ୍‌ମେଣ୍ଟ୍‌ ଡିପାର୍ଟମେଣ୍ଟ୍‌ରୁ ସ୍କଲାର୍‌ସିପ୍‌ ପାଇଁ ଆବେଦନ କଲେ। ବହୁ ପ୍ରଚେଷ୍ଟା ପରେ ତାଙ୍କୁ ସ୍କଲାର୍‌ସିପ୍‌ ମିଳିଲା। ପ୍ରିୟାଙ୍କ ସାନଭଉଣୀ ଏକ ପ୍ରାଇଭେଟ୍‌ କମ୍ପାନିରେ ଇଂଜିନିୟର୍‌ ଥିଲେ। କିନ୍ତୁ ତାଙ୍କ ବଡ଼ ଭଉଣୀର ସ୍ବପ୍ନ ପୂରଣ ପାଇଁ ସେ ତାଙ୍କ ଚାକିରି ଛାଡ଼ି ଦେଇଛନ୍ତି। ସତରେ ସ୍ବପ୍ନ ପୂରଣ ପାଇଁ ଇଚ୍ଛାଶକ୍ତି, ସାଧନା ଓ ଭଉଣୀ-ଭଉଣୀ ଭିତ‌ରେ ଥିବା ଅନନ୍ୟ ସଂପର୍କର ଉଦାହରଣ ପ୍ରିୟାଙ୍କ କାହାଣୀରୁ ସ୍ପଷ୍ଟ ପ୍ରତୀୟମାନ ହୁଏ।
ସୌଜନ୍ୟ-ସମ୍ୱାଦ

Comments are closed.