ଖେଳ

ଭାବିଥିଲେ ଭାଗ୍ୟ ବଦଳିବ, କିନ୍ତୁ ଫଳ ସମାନ ‘ଶୂନ’

ଅଭିଷେକ ଶର୍ମା ଟି-୨୦ ବିଶ୍ୱକପରେ ଲଗାତାର ତିନିଥର ୦ ରନରେ ଆଉଟ୍ ହୋଇଥିବା ପ୍ରଥମ ଖେଳାଳି। ସେ ଏହି ଅନାବଶ୍ୟକ ରେକର୍ଡ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର।

ଅହମ୍ମଦାବାଦ: ଟି-୨୦ ବିଶ୍ବକପ୍ରେ ଅଭିଷେକ ଶର୍ମା ଲଗାତାର ଖରାପ ପ୍ରଦର୍ଶନ କରୁଛନ୍ତି । ୩ଟି ମ୍ୟାଚ୍ରେ ସେ ଖାତା ଖୋଲିପାରି ନାହାନ୍ତି । ବୁଧବାର ନେଦରଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଅଭିଷେକ ଶର୍ମା ଶୂନ୍ରେ ଆଉଟ୍ ହୋଇଥିଲେ । ବିଶ୍ୱର ନମ୍ବର ୧ ବ୍ୟାଟର ଟି-୨୦ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ଗୋଟିଏ ବି ରନ୍ କରିପାରି ନାହାନ୍ତି। ଆଜି ସେ ଆର୍ଯ୍ୟନ୍ ଦତ୍ତଙ୍କ ବଲ୍ରେ ପୁଲ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାହା ହାତଛଡ଼ା ହୋଇଯାଇଥିଲା ଏବଂ ସେ ବୋଲ୍ଡ ହୋଇଥିଲେ । ଆଜି ମାତ୍ର ୩ଟି ବଲ୍ ଖେଳିଥିବା ଅଭିଷେକ ନିଜ ଜର୍ସି ପିନ୍ଧିନଥିଲେ । ଅଭିଷେକ ଆଜି ମହମ୍ମଦ ସିରାଜଙ୍କ ଜର୍ସି ପିନ୍ଧିଥିଲେ ।

ଅଭିଷେକ ଶର୍ମା ମହମ୍ମଦ ସିରାଜଙ୍କ ଜର୍ସି ପିନ୍ଧି କ୍ରିଜକୁ ଆସିଥିଲେ। ଅଭିଷେକ ଶର୍ମା ଲକ୍ ଫ୍ୟାକ୍ଟର ଉପରେ ବହୁତ ବିଶ୍ୱାସ କରନ୍ତି। ଲଗାତାର ଦୁଇଥର ଶୂନ ରନ୍ରେ ଆଉଟ୍ ହେବା ପରେ, ବାମହାତୀ ବ୍ୟାଟର ନିଜର ଲକ୍ ପରିବର୍ତ୍ତନ ଲକ୍ଷ୍ୟରେ ସିରାଜଙ୍କ ଜର୍ସି ପିନ୍ଧିଥିଲେ । କିନ୍ତୁ ଅଭିଷେକ ପୁଣି ୦’ରେ ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା ବୁଝିବା ଉଚିତ ଯେ, ରନ ଜର୍ସି ବଦଳାଇବା ଦ୍ୱାରା ଆସେ ନାହିଁ, ଏହା କେବଳ ଭଲ ସଟ୍ ଖେଳିବା ଦ୍ୱାରା ଆସେ।

ଅଭିଷେକ ଶର୍ମା ଏହି ଟି-୨୦ ବିଶ୍ୱକପରେ କ୍ରିଜକୁ ଆସନ୍ତି, ଆଉ ତୁରନ୍ତ ଚାଲିଯାଆନ୍ତି। ସେ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କେବଳ ଆଠଟି ବଲ୍ ଖେଳିଛନ୍ତି। ସେ ଆମେରିକା ବିପକ୍ଷରେ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ। ପାକିସ୍ତାନ ବିପକ୍ଷରେ ଅଭିଷେକ ଚାରି ବଲ୍ରେ ତାଙ୍କର ୱିକେଟ୍ ହରାଇଥିଲେ । ନେଦରଲ୍ୟାଣ୍ଡ ବିପକ୍ଷରେ ସେ ୩ଟି ବଲ୍ରେ ପାଭିଲିୟନ୍ ଫେରିଥିଲେ । ଶେଷ ୭ ଟି-୨୦ ଇନିଂସରେ, ଅଭିଷେକ ଶର୍ମା ପାଞ୍ଚ ଥର ଶୂନରେ ଆଉଟ୍ ହୋଇଛନ୍ତି।

ଅଭିଷେକ ଶର୍ମା ଟି-୨୦ ବିଶ୍ୱକପରେ ଲଗାତାର ତିନିଥର ୦ ରନରେ ଆଉଟ୍ ହୋଇଥିବା ପ୍ରଥମ ଖେଳାଳି। ସେ ଏହି ଅନାବଶ୍ୟକ ରେକର୍ଡ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର। ଅଭିଷେକଙ୍କ ପୂର୍ବରୁ ୱାଶିଂଟନ ସୁନ୍ଦର ମଧ୍ୟ ଲଗାତାର ତିନିଥର ୦ ରନରେ ଆଉଟ୍ ହୋଇଥିଲେ, କିନ୍ତୁ ଜଣେ ଓପନର ଭାବରେ ଏପରି ପ୍ରଦର୍ଶନ ଲଜ୍ଜାଜନକ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button