Breaking News

ଭାରତକୁ ଶାନ୍ତି ପ୍ରସ୍ତାବ ଦେଲା ପାକିସ୍ତାନ; ଆମେ କାଶ୍ମୀର ପ୍ରସଙ୍ଗର ସମାଧାନ ଚା‌ହୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ପାକିସ୍ତାନ ଭାରତକୁ ସଦ୍ୟ ଶାନ୍ତି ପ୍ରସ୍ତାବ ଦେଇଛି। ଭାରତ ସହ କଥାବାର୍ତ୍ତା ମାଧ୍ୟମରେ ପାକିସ୍ତାନ କାଶ୍ମୀର ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସମାଧାନ ଚାହେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ କହିଛନ୍ତି। କାଶ୍ମୀର ବାସିନ୍ଦାଙ୍କୁ ସମର୍ଥନ ପ୍ରଦର୍ଶନ କରିବାକୁ...

ନୂଆଦିଲ୍ଲୀ: ପାକିସ୍ତାନ ଭାରତକୁ ସଦ୍ୟ ଶାନ୍ତି ପ୍ରସ୍ତାବ ଦେଇଛି। ଭାରତ ସହ କଥାବାର୍ତ୍ତା ମାଧ୍ୟମରେ ପାକିସ୍ତାନ କାଶ୍ମୀର ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସମାଧାନ ଚାହେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ କହିଛନ୍ତି।  କାଶ୍ମୀର ବାସିନ୍ଦାଙ୍କୁ ସମର୍ଥନ ପ୍ରଦର୍ଶନ କରିବାକୁ ଯାଇ ପାକିସ୍ତାନ ପାଳନ କରୁଥିବା ଏକ ବା‌ର୍ଷିକ କାର୍ଯ୍ୟକ୍ରମ ‘କାଶ୍ମୀର ଏକତା ଦିବସ’ ନେଇ ଆଜି ମୁଜାଫରବାଦ‌ରେ ପିଓକେ (ପାକିସ୍ତାନ ଅଧୀକୃତ କଶ୍ମୀର) ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ସରିଫ୍‌ ଏହି ଶାନ୍ତି ପ୍ରସ୍ତାବ ଦେଇଛନ୍ତି। ସରିଫ୍‌ କହିଛନ୍ତି, ଆମେ କାଶ୍ମୀର ସମେତ ଅନ୍ୟ ସମସ୍ତ ପ୍ରସଙ୍ଗର କଥାବାର୍ତ୍ତା ମାଧ୍ୟମରେ ସମାଧାନ ଚାହୁ।

ସେ କହିଛନ୍ତି ଭାରତ ଅଗଷ୍ଟ ୫,୨୦୧୯ ମାନସିକତାରୁ ବାହାରି ଆସିବା ଉଚିତ ଏବଂ ଜାତିସଂଘରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରି କଥାବାର୍ତ୍ତା ଆରମ୍ଭ କରୁ।  ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା  ୩୭୦ ଉଚ୍ଛେଦକୁ ଇଙ୍ଗିତ କରି ସରିଫ୍‌ ଏହି ଟିପ୍ପଣୀ ଦେଇଛନ୍ତି।  ସରିଫ୍‌ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା କେବଳ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ। ଲାହୋର ରାଜିନାମା ୧୯୯୯ରେ ମଧ୍ୟ ଏହା ଦର୍ଶାଯାଇଛି।  ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ଗସ୍ତ କରିବା ସମୟରେ ଏଥିରେ ସ୍ବାକ୍ଷର କରିଥିଲେ। ତେବେ ଭାରତ ପାକିସ୍ତାନକୁ ସ୍ପଷ୍ଟ କରିଛି ଯେ ଏହା ପାକିସ୍ତାନ ସହ  ଆତଙ୍କବାଦ, ଭୟ ଏବଂ ହିଂସାମୁକ୍ତ ପରିବେଶ ସହ ସ୍ବାଭାବିକ ପଡ଼ୋଶୀ   ସମ୍ପର୍କ ରଖିବାକୁ  ଚାହେ।  ଉଲ୍ଲେଖ‌ଯୋଗ୍ୟ,  ପାକିସ୍ତାନ  ଭାରତ ବିରୋଧରେ ଆତଙ୍କବାଦକୁ ଲଗାତାର ପ୍ରୋତ୍ସାହିତ କରିଚାଲିଥିବାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହୋଇଉଠିଛି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.