ଭାରତର ସାଟେଲାଇଟ ପଲିସି ଓ ସ୍ଥାନୀୟ ଇଣ୍ଟରନେଟ୍ ଶଟଡାଉନ ହିଁ ବାଣିଜ୍ୟ ଚୁକ୍ତିର ବାଧକ ସାଜିଛି: ଆମେରିକାର ପୁଣି ଅଭିଯୋଗ
Us 2026 National Trade Estimate Report: ଭାରତର ସବୁ କାମରେ ଆମେରିକାର ଅଶନ୍ତୋଷ। ଏବେ ସାଟେଲାଇଟ୍ ପଲିସି ଓ ଇଣ୍ଟରନେଟ୍ ସଟଡାଉନ୍କୁ ଆମେରିକାର ବିରୋଧ।

Us 2026 National Trade Estimate Report: ଭାରତର ସାଟେଲାଇଟ ପଲିସି ଓ ସ୍ଥାନୀୟ ଇଣ୍ଟରନେଟ୍ ଶଟଡାଉନ୍ ନିଷ୍ପତ୍ତିକୁ ନେଇ ଅଭିଯୋଗ ଆଣିଛି ଆମେରିକା। ଏହି କାରଣ ହିଁ ଭାରତ ସହ ବାଣିଜ୍ୟ ଚୁକ୍ତିରେ ବାଧକ ସାଜୁଛି ବୋଲି ଆମେରିକା କହିଛି। ଆମେରିକା ବାଣିଜ୍ୟ ପ୍ରତିନିଧି (USTR)କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ‘୨୦୨୬ଜାତୀୟ ବାଣିଜ୍ୟ ଆକଳନ ରିପୋର୍ଟ‘ରେ ଏନେଇ ଚିନ୍ତା ବ୍ୟକ୍ତ କରାଯାଇଛି।
ଡାଇରେକ୍ଟ-ଟୁ-ହୋମ୍ (DTH)ଟେଲିଭିଜନ ସେବାରେ ଘରୋଇ ସାଟେଲାଇଟ୍ ପାଇଁ ପସନ୍ଦ ମୁତାବକ ବ୍ୟବହାର ଏବଂ ସ୍ଥାନୀୟ ଇଣ୍ଟରନେଟ୍ ବନ୍ଦ ହେବାର ଉଦାହରଣ ଦେଇ ଆମେରିକାର ଭାରତର ପଲିସିରେ ଖୁସୀ ନାହିଁ ବୋଲି ସଂକେତ ଦେଇଛି। ଏଭଳି ପଦକ୍ଷେପ ବିଦେଶୀ ଫାର୍ମଗୁଡ଼ିକର ଡିଜିଟାଲ୍ ବାଣିଜ୍ୟ ଏବଂ ବଜାର ପ୍ରବେଶକୁ ପ୍ରଭାବିତ କରିପାରେ ବୋଲି ଆମେରିକା ରିପୋର୍ଟରେ ଉଲ୍ଲେଖ କରିଛି।
ଡିଜିଟାଲ ଅର୍ଥନୀତି ଉପରେ ପ୍ରଭାବ
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସ୍ଥାନୀୟ ଇଣ୍ଟରନେଟ୍ ବନ୍ଦ ହେବା ଯୋଗୁ ସୂଚନା ଏବଂ ସେବାର(information and services)ପ୍ରବେଶକୁ ପ୍ରତିବନ୍ଧିତ କରୁଛି। ବାଣିଜ୍ୟିକ କାର୍ଯ୍ୟକୁ ବାଧା ଦେଉଛି ଏବଂ ଏକ ମୁକ୍ତ ଏବଂ ଖୋଲା ଡିଜିଟାଲ୍ ଅର୍ଥନୀତିର କାର୍ଯ୍ୟକାରିତା ଉପରେ ବାଧା ସୃଷ୍ଟି କରୁଛି। ବାଣିଜ୍ୟ ଏବଂ ନିବେଶ ଉପରେ,ବିଶେଷକରି ସେବା ରପ୍ତାନି ଉପରେ ଏହାର କି ପ୍ରଭାବ ପଡ଼ୁଛି ଆମେରିକା ଏହା ଉପରେ କଡ଼ା ନଜର ରଖିଛିବୋଲି ରିପୋର୍ଟରେ କୁହାଯାଇଛି।
ସୌଜନ୍ୟ Prameya News7




