Breaking News

ଭାରତର ହ୍ୟାଟ୍ରିକ୍‌ ବିଜୟ: ଦୀପିକାଙ୍କ ୫ ଗୋଲ୍‌. ଥାଇଲାଣ୍ଡକୁ ୧୩-୦ରେ ହରାଇଲା

ବିହାରର ରାଜଗିରରେ ଚାଲିଥିବା ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ଭାରତ ହ୍ୟାଟ୍ରିକ୍‌ ବିଜୟ ପାଇଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ମାଲେସିଆ ଓ କୋରିଆକୁ ମାତ୍‌ ଦେଇଥିବା ଭାରତ ଗୁରୁବାର ୧୩-୦ର ବଡ଼ ବ୍ୟବଧାନରେ ଥାଇଲାଣ୍ଡକୁ ହରାଇଛି।

0

ରାଜଗିର: ବିହାରର ରାଜଗିରରେ ଚାଲିଥିବା ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ଭାରତ ହ୍ୟାଟ୍ରିକ୍‌ ବିଜୟ ପାଇଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ମାଲେସିଆ ଓ କୋରିଆକୁ ମାତ୍‌ ଦେଇଥିବା ଭାରତ ଗୁରୁବାର ୧୩-୦ର ବଡ଼ ବ୍ୟବଧାନରେ ଥାଇଲାଣ୍ଡକୁ ହରାଇଛି। ଦୀପିକା ଏକାକୀ ୫ ଗୋଲ୍‌ ଦେଇଥିଲା ବେଳେ ପ୍ରୀତି ଦୁବେ, ଲାଲରେମସିଆମି, ବିଉଟି ଡୁଙ୍ଗଡୁଙ୍ଗ ଓ ମନୀଷା ଚୌହାନ ୨ ଲେଖାଏଁ ଗୋଲ୍‌ କରିଥିଲେ। ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଦୀପିକା ନିଜର ୫୦ ଅନ୍ତର୍ଜାତୀୟ ଗୋଲ୍‌ ପୂରଣ କରିଛନ୍ତି। ଶନିବାର ପରବର୍ତ୍ତୀ ମ୍ୟାଚ୍‌ରେ ଚୀନ୍‌କୁ ଭେଟିବ ଭାରତ।

ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା ଭାରତ ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ହିଁ ଆଗୁଆ ହୋଇଯାଇଥିଲା। ଦୀପିକାଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ଏହି ଅଗ୍ରଣୀ ପାଇଥିଲା। ଏହାପରେ ପ୍ରୀତି (୯ ମିନିଟ୍‌) ଓ ଲାଲରେମସିଆମି (୧୨ ମିନିଟ୍‌) ଗୋଟିଏ ଲେଖ‌ାଏଁ ଫିଲ୍ଡ ଗୋଲ୍‌ ଦେଇ ଦଳକୁ ପ୍ରଥମ କ୍ବାର୍ଟରରେ ୩-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟ କ୍ବାର୍ଟରରେ ଦୀପିକା (୧୯ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ବିଉଟି (୩୦ ମିନିଟ୍‌) ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ପ୍ରଥମାର୍ଦ୍ଧକୁ ୫-୦ରେ ଭାରତ ପକ୍ଷରେ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ ଭାରତ ୮ଟି ଗୋଲ୍‌ ଲଦି ଦେଇଥିଲା। ୪୦ତମ ମିନିଟ୍‌ରେ ପ୍ରୀତି ନିଜର ଦ୍ବିତୀୟ ଗୋଲ୍‌ ଦେଇଥିଲା ବେଳେ ଦୀପିକା (୪୩, ୪୫, ୪୫+ ମିନିଟ୍‌) ୩ ମିନିଟ୍‌ ମଧ୍ୟରେ ୩ଟି ଗୋଲ୍‌ ଦେଇ ୫ ସଫଳତା ପାଇଥିଲେ। ଚତୁର୍ଥ କ୍ବାର୍ଟରରେ ବିଉଟି (୫୩ ମିନିଟ୍‌), ଲାଲରେମସିଆମି (୫୬ ମିନିଟ୍‌) ଗୋଟିଏ ଲେଖାଏଁ ଓ ମନୀଷା ଚୌହାନ (୫୫, ୫୮ ମିନିଟ୍‌) ଦୁଇଟି ଗୋଲ୍‌ ଦେଇ ଭାରତକୁ ଏହି ବୃହତ ବିଜୟ ‌ଭେଟି ଦେଇଥିଲେ। ଗୁରୁବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଚୀନ୍‌ ୨-୧ରେ ଜାପାନକୁ ଏବଂ ମାଲେସିଆ ୨-୧ରେ କୋରିଆକୁ ପରାସ୍ତ କରିଛି।
ସୌଜନ୍ୟ ସମ୍ୱାଦ

Leave A Reply

Your email address will not be published.