Breaking News

ଭାରତ-ଇସ୍ରାଏଲ ବିରୋଧରେ ଗର୍ଜିଲା ମସୁଦ ଆଝାର

ସାରା ବିଶ୍ୱରେ ଆତଙ୍କବାଦର କାୟାବିସ୍ତାର କରୁଥିବା ପାକିସ୍ତାନର ଅସଲ ଚେହେରା ପୁଣି ଥରେ ପଦାକୁ ଆସିଛି। ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାର ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାଷଣରେ ଭାରତ ଓ ଇସ୍ରାଏଲ ବିରୋଧରେ ବିଷୋଦ୍‌ଗାର କରିଛି।

ଇସଲାମାବାଦ: ସାରା ବିଶ୍ୱରେ ଆତଙ୍କବାଦର କାୟାବିସ୍ତାର କରୁଥିବା ପାକିସ୍ତାନର ଅସଲ ଚେହେରା ପୁଣି ଥରେ ପଦାକୁ ଆସିଛି। ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାର ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାଷଣରେ ଭାରତ ଓ ଇସ୍ରାଏଲ ବିରୋଧରେ ବିଷୋଦ୍‌ଗାର କରିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଧମକ ଦେଇଥିବା ଏହି ଆତଙ୍କବାଦୀର ଭିଡିଓ ଜାରି ହେବାପରେ ପାକିସ୍ତାନର ମୁଖା ଖୋଲିଯାଇଛି।

ଜୈସ-ଏ-ମହମ୍ମଦ ବିଶ୍ୱବ୍ୟାପୀ ନିଜ ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ମଧ୍ୟ ଚଳାଉଛି ଏବଂ ଏଥିପାଇଁ ପାକ୍‌ ସରକାରର ପୂର୍ଣ୍ଣ ସମର୍ଥନ ରହିଥିବା ଜଣାପଡ଼ିଛି। ମସୁଦ ତା’ର ଭାଷଣରେ ‘ଭାରତର ମୃତ୍ୟୁ ଆସୁଛି’ ଭଳି ସ୍ଲୋଗାନ ମଧ୍ୟ ସେ ଦେଇଥିବା ଦେଖାଯାଇଛି। ସେ କହିଛି-‘ମୋଦୀଙ୍କ ଭଳି ଦୁର୍ବଳ ବ୍ୟକ୍ତି ଆମକୁ ଚ୍ୟାଲେଞ୍ଜ କରିବା କିମ୍ବା ନେତାନ୍ୟାହୁଙ୍କ ଭଳି ‘ମୂଷା’ ଆମ କବରରେ ନାଚିବା ଏକ ବିଡ଼ମ୍ବନା। ମୋର ବାବ୍ରି ମସଜିଦ ଫେରାଇ ଆଣିବା ପାଇଁ ଲଢ଼େଇ କରିପାରୁଥିବା ୩୦୦ ଲୋକ ମଧ୍ୟ ନାହାନ୍ତି କି ?’ ଭାରତକୁ ଧମକ ଦେଇ ମସୁଦ ଆହୁରି କହିଛି ଯେ କଶ୍ମୀର ଭୟାନକ ଆକ୍ରମଣରେ ଥରିଉଠିବ।
ସୌଜନ୍ୟ-ସମ୍ୱାଦ

Comments are closed.