Breaking News

ଭାରତ କାହିଁକି ହମାସ-ହିଜବୁଲ୍ଲାକୁ ଆତଙ୍କବାଦୀ ଭାବେ ଗ୍ରହଣ କରୁନାହିଁ?

ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଭାରତ ଇସ୍ରାଏଲ ସହ ସମ୍ପର୍କକୁ ସୁଦୃଢ଼ କରିଛି, କିନ୍ତୁ ପାଲେଷ୍ଟାଇନ ଉପରେ ଭାରତର ଦୃଷ୍ଟିକୋଣ ପୂର୍ବ ଭଳି ରହିଛି...

0

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଯୁଦ୍ଧ କରୁଛି। ପୂର୍ବତନ ହିଜବୁଲ୍ଲା ମୁଖ୍ୟ ହାସନ ନାସ୍‌ରଲ୍ଲାଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନେଇ ଇରାନ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ରକେଟ ମାଡ଼ କରିଛି। ଏହା ପରେ ଇସ୍ରାଏଲ ମଧ୍ୟ ଇରାନକୁ ଜବାବ ଦେବାକୁ ଶପଥ ନେଇଛି। ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲି ଖାମେନି ଚେତାବନୀ ଦେଇଛନ୍ତି ଯେ ଆବଶ୍ୟକ ହେଲେ ସେ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିବେ।

ତେବେ ଭାରତ ହମାସ-ହିଜବୁଲ୍ଲା ଗୋଷ୍ଠୀକୁ ଆତଙ୍କବାଦୀ ଭାବେ ଗ୍ରହଣ କରେ ନାହିଁ। ମଧ୍ୟପ୍ରାଚ୍ୟର ପରିସ୍ଥିତି ଉପରେ ଭାରତର ଦୃଷ୍ଟିକୋଣ କିଛି ଭିନ୍ନ ରହିଥିବା କୁହାଯାଉଛି।  ଇସ୍ରାଏଲ୍ ସହିତ ଭାରତର ବହୁତ ଭଲ ସମ୍ପର୍କ ଅଛି। କିନ୍ତୁ ହିମାସ୍ ଏବଂ ହିଜବୁଲ୍ଲାକୁ ଆତଙ୍କବାଦୀ ଗୋଷ୍ଠୀ ବୋଲି ଭାବିବାକୁ ଭାରତ ମନା କରିଦେଇଛି।

ପୂର୍ବତନ ମୁଖ୍ୟ ହାସନ ନାସ୍‌ରଲ୍ଲା ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ସରକାର ଏବଂ ପ୍ରଶାସନର ଅନୁମତି କ୍ରମେ ହୋଇଥିଲା, କାରଣ ଭାରତ ହମାସ ଏବଂ ହିଜବୁଲ୍ଲାକୁ ଆତଙ୍କବାଦୀ ଭାବରେ ଗ୍ରହଣ କରେ ନାହିଁ, କିନ୍ତୁ ସେମାନଙ୍କୁ ପାଲେଷ୍ଟାଇନ ପାଇଁ ଲଢୁଥିବା ଯୋଦ୍ଧା ଭାବରେ ଦେଖେ।

ଭାରତ ଅନୁଯାୟୀ, କେବଳ ଏକ ସ୍ବାଧୀନ ତଥା ସାର୍ବଭୌମ ରାଷ୍ଟ୍ର ମାଧ୍ୟମରେ ପାଲେଷ୍ଟାଇନ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ଗତ କିଛି ବର୍ଷ ମଧ୍ୟରେ ଭାରତ ଇସ୍ରାଏଲ ସହ ସମ୍ପର୍କକୁ ସୁଦୃଢ଼। କରିଛି, କିନ୍ତୁ ପାଲେଷ୍ଟାଇନ ଉପରେ ଭାରତର ଦୃଷ୍ଟିକୋଣ ପୂର୍ବ ଭଳି ରହିଛି। ଭାରତ ଅନୁଯାୟୀ ପାଲେଷ୍ଟାଇନ ଏକ ଅଲଗା ରାଷ୍ଟ୍ର। ଭାରତ ଏହାର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ସମର୍ଥନ କରେ।

୧୯୮୮ରେ, ଭାରତ ପ୍ରଥମ ଅଣ-ଆରବ ଦେଶ ଭାବରେ ପାଲେଷ୍ଟାଇନକୁ ସ୍ୱୀକୃତି ଦେଇଥିଲା। ଏହି ପରିସ୍ଥିତି ୧୯୯୨ ପର୍ଯ୍ୟନ୍ତ ଚାଲିଥିଲା।  ଭାରତ ଇସ୍ରାଏଲ ସହିତ ସମ୍ପୂର୍ଣ୍ଣ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲା। ହମାସ୍ ଏବଂ ହିଜବୁଲ୍ଲାର ରାଜନୈତିକ ୱିଙ୍ଗ୍ ମଧ୍ୟ ଅଛି, ଯାହା ପାଲେଷ୍ଟାଇନ ଏବଂ ଲେବାନନ୍ ସରକାରରେ ମଧ୍ୟ ଅଂଶୀଦାର ହୋଇଛି।

ଏହି କାରଣରୁ ଭାରତ ସମେତ ଅନେକ ଦେଶ ହମାସ୍ ଏବଂ ହିଜବୁଲ୍ଲାକୁ ଏକ ପ୍ରଶାସନିକ ତଥା ସାମାଜିକ ଆନ୍ଦୋଳନ କରୁଥିବା ଗୋଷ୍ଠୀ ଭାବରେ ଦେଖନ୍ତି। ଏହି କାରଣରୁ ଇସ୍ରାଏଲ ଏବଂ ଆମେରିକାର ଚାପ ସତ୍ତ୍ୱେ ଭାରତ ସରକାର ଏହି ସଂଗଠନଗୁଡ଼ିକୁ ଆତଙ୍କବାଦୀ ବୋଲି ଘୋଷଣା କରିନାହାନ୍ତି।

୧୯୭୪ ମସିହାରେ, ଯେତେବେଳେ ସମଗ୍ର ବିଶ୍ୱ ପାଲେଷ୍ଟାଇନ ମୁକ୍ତି ସଂଗଠନ ଏବଂ ଏହାର ନେତା ୟାସର ଆରାଫତଙ୍କୁ ଆତଙ୍କବାଦୀ ବୋଲି କହି ବଦନାମ କରୁଥିଲେ, ସେତେବେଳେ ଭାରତ ସେମାନଙ୍କୁ ସମର୍ଥନ କରିଥିଲା। ୧୯୯୬ମସିହାରେ ଗାଜାରେ ଭାରତ ଏହାର ପ୍ରତିନିଧୀ କାର୍ଯ୍ୟାଳୟ ଖୋଲିଥିଲା ​​ଏବଂ ପରେ ଏହାକୁ ରାମଲ୍ଲାକୁ ସ୍ଥାନାନ୍ତର କରିଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ୧୯୩୮ମସିହାରେ ମହାତ୍ମା ଗାନ୍ଧୀ କହିଥିଲେ ଯେ ପାଲେଷ୍ଟାଇନର ଆରବମାନଙ୍କ ସହ ସମାନ ସମ୍ପର୍କ ଅଛି ଯେପରି ଇଂଲଣ୍ଡ ଇଂରାଜୀ କିମ୍ବା ଫ୍ରାନ୍ସ ଫରାସୀମାନଙ୍କ ସହ ଅଛି। ପାଲେଷ୍ଟାଇନ ମୁକ୍ତି ସଂଗଠନ ନେତା ୟାସର ଆରାଫତ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ବଡ଼ ଭଉଣୀ ଭାବରେ ବିବେଚନା କରୁଥିଲେ। ତେଣୁ ଭାରତର ଆଭିମୁଖ୍ୟ ପାଲେଷ୍ଟାଇନ ପ୍ରତି ଭିନ୍ନ ରହିଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.