Breaking News

ଭାରତ ଜର୍ସି‌‌‌ରେ ରହିବନି ପାକିସ୍ତାନ

ଭାରତୀୟ କ୍ରିକେଟ୍ ଦଳର ଚାମ୍ପିଅନ୍ସ ଟ୍ରଫି ଜର୍ସିରେ ଆୟୋଜକ ‘ପାକିସ୍ତାନ’ର ନାଁ ରଖିବାକୁ ବିସିସିଆଇ ରୋକ୍‌ଠୋକ୍ ଭାବେ ମନା କରି ଦେଇଛି। ଯାହା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ କ୍ଷୁବ୍ଧ କରିଛି। ବିସିସିଆଇ କ୍ରିକେଟ୍‌କୁ ରାଜନୈତିକ ରଙ୍ଗ ଦେଉଥିବା...

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଚାମ୍ପିଅନ୍ସ ଟ୍ରଫି ଜର୍ସିରେ ଆୟୋଜକ ‘ପାକିସ୍ତାନ’ର ନାଁ ରଖିବାକୁ ବିସିସିଆଇ ରୋକ୍‌ଠୋକ୍ ଭାବେ ମନା କରି ଦେଇଛି। ଯାହା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ କ୍ଷୁବ୍ଧ କରିଛି। ବିସିସିଆଇ କ୍ରିକେଟ୍‌କୁ ରାଜନୈତିକ ରଙ୍ଗ ଦେଉଥିବା ଅଭିଯୋଗ ଆଣି ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଆଇସିସିକୁ ପିସିବି ଆହ୍ବାନ କରିଛି। ସେହିଭଳି ଚାମ୍ପିଅନ୍ସ ଟ୍ରଫିର ଉଦ୍‌ଘାଟନୀ ଉତ୍ସବକୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଠାଇବାକୁ ବିସିସିଆଇ ମନା କରିଦେବା ନେଇ ମଧ୍ୟ ପିସିବି ତୀବ୍ର ଅସନ୍ତୋଷ ଜାହିର କରିଛି।

ଏଥିନେଇ ପିସିବିର ଜଣେ ଅଧିକାରୀ କହିଛନ୍ତି, ବିସିସିଆଇ ଯାହା କରୁଛି, ତାହା କ୍ରିକେଟ୍ ପାଇଁ ଆଦୌ ଭଲ ନୁ‌ହେଁ। ପ୍ରଥମେ ସେମାନେ ପାକିସ୍ତାନ ଆସିବାକୁ ମନା କଲେ। ପରେ ରୋହିତଙ୍କୁ ଉଦ୍‌ଘାଟନୀ ଉତ୍ସବକୁ ପଠାଇବାକୁ ମନା କରିଦେଲେ। ଏବେ ସେମାନଙ୍କ ଜର୍ସିରେ ଆୟୋଜକ ଦେଶର ନାଁ ରଖିବାକୁ ଚାହୁ ନାହାନ୍ତି। ଆମେ ଭାବୁଛୁ ଆଇସିସି ଏହା କରିବାକୁ ଦେବନି। ଏହି ମାମଲାରେ ନିଶ୍ଚିତ ପାକିସ୍ତାନକୁ ସମର୍ଥନ କରିବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.