
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟରାଜପଥ ୧୪୯ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା ।
ଦୁର୍ଘଟଣା ପରେ ଟ୍ୟାଙ୍କରରେ ସର୍ଟସର୍କିଟ ହୋଇ ଟ୍ୟାଙ୍କରଟି ସମ୍ପୂର୍ଣ ଜଳି ଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ବାହାରି ନପାରି ଜୀଅନ୍ତା ଜଳିଯାଥିଲେ । ଟ୍ୟାଙ୍କରଟି ତାଳଚେର ପଟୁ ପାଲଲହଡା ପଟକୁ ଯାଉଥିବା ଜଣାପଡିଛି । ଖବର ପାଇ ଖମାର ପୋଲିସ ଏବଂ ପାଲଲହଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଏହାସହ ପାରିପାର୍ଶ୍ବିକ ପରିସ୍ଥିତିକୁ ଆଖି ଆଗରେ ରଖି ତଦନ୍ତ ଚଳାଇଛି ।
ସୌଜନ୍ୟ ଧରିତ୍ରୀ




