Breaking News

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ

ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରହୀଙ୍କ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରୁଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଯାଞ୍ଚ କରାଯାଉଛି।

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରହୀଙ୍କ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରୁଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଯାଞ୍ଚ କରାଯାଉଛି।ବଲାଙ୍ଗୀରର ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ୍ ଆଧାରରେ ୨ ଅତିରିକ୍ତ ଏସ୍. ପି., ୩ ଜଣ ଡି. ଏସ୍. ପି., ୭ ଜଣ ଇନ୍ସ୍ପେକ୍ଟର୍ ଏବଂ ଅନ୍ୟ ସହାୟକ କର୍ମଚାରୀମାନଙ୍କ ଦ୍ବାରା ଏହି ଚଢ଼ାଉ ଜାରି ରହିଛି। ଭୁବନେଶ୍ୱର, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ବରଗଡ଼ରେ ନିମ୍ନଲିଖିତ ଏଗାରଟି ସ୍ଥାନରେ ଚଢ଼ାଉ ଚାଲିଛି।

ବଲାଙ୍ଗୀରର ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ୍ ଆଧାରରେ ୨ ଅତିରିକ୍ତ ଏସ୍. ପି., ୩ ଜଣ ଡି. ଏସ୍. ପି., ୭ ଜଣ ଇନ୍ସ୍ପେକ୍ଟର୍ ଏବଂ ଅନ୍ୟ ସହାୟକ କର୍ମଚାରୀମାନଙ୍କ ଦ୍ବାରା ଏହି ଚଢ଼ାଉ ଜାରି ରହିଛି।
ଏଗୁଡ଼ିକ ହେଲା-ବଲାଙ୍ଗୀର ସହରର ତୁଳସୀ ନଗରରେ ଶ୍ରୀ ପାଣିଗ୍ରହୀଙ୍କ ଆବାସିକ ଘର, ସୁବର୍ଣ୍ଣପୁରରେ ତାଙ୍କ କାର୍ଯ୍ୟାଳୟ କକ୍ଷ, ବରଗଡ଼ର ବଲଣ୍ଡା ଗାଁରେ ତାଙ୍କ ପୈତୃକ ଘର, ଭୁବନେଶ୍ୱରର ପଟିଆରେ ଥିବା ଭଡ଼ା ଫ୍ଲାଟ, ସଂପର୍କୀୟଙ୍କ ଘର, ସୋନପୁର ସହରରେ ଶ୍ରୀ ପାଣିଗ୍ରହୀଙ୍କ ଭଡ଼ା ଘର, ବଲାଙ୍ଗୀରର ତୁଳସୀ ନଗରରେ ତାଙ୍କ ସମ୍ପର୍କୀୟଙ୍କ ଘର,ବରଗଡର ଗଙ୍ଗାଧର ସାହିରେ ତାଙ୍କ ସମ୍ପର୍କୀୟଙ୍କ ଭଡ଼ା ଘର, ତାଙ୍କର ଫ୍ଲାଇ ଆଶ୍ ଇଟା କାରଖାନା ଏବଂ ବଲଣ୍ଡା ବିଜେପୁର, ବରଗଡରେ ଚାଷ ଜମି, ସିଦ୍ଧେଶ୍ୱରୀ ପେଟ୍ରୋଲ ପମ୍ପ ଓ ତାଙ୍କ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ।
ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସୌଜନ୍ୟ – ସମ୍ବାଦ

Comments are closed.