Breaking News

ଭିଭିଆଇପିଙ୍କ ରାସ୍ତାରେ ପୁଲିସ ଆଖି

ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଡିଜିପି-ଆଇଜି ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀ ସାମିଲ ହେବେ।

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଡିଜିପି-ଆଇଜି ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀ ସାମିଲ ହେବେ। ଏଥିପାଇଁ ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରିବା ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି।। ଏନେଇ କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ବିଶେଷକରି ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହନ ଚଳାଚଳକୁ ବାରଣ କରାଯାଇଛି। ଏୟାରପୋର୍ଟ ଛକରୁ ପିଏମ୍‌ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବବିହାର, ନାଲକୋ ଛକରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି।

ଏହାସହିତ ୨୮ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏୟା‌ରପୋର୍ଟ ରେସିଡେନ୍ସିଆଲ ଛକ (ଟି ଜଙ୍କସନ) ମଧ୍ୟରେ କୌଣସି ଯାନବାହନ ଯାତାୟାତ କରିପାରିବ ନାହିଁ। ସେହିପରି ୨୯ ତାରିଖ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସ୍ପିଟାଲ ଛକ ଓ ଏଜି ଛକ, ସେହପରି ଅପରାହ୍ନ ୪ଟାରୁ ୫ଟା ୨୫ ମଧ୍ୟରେ ଏୟାର ପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକ, ସନ୍ଧ୍ୟା ୬ଟାରୁ ୬ଟା ୪୫ ମଧ୍ୟରେ ପାୱାର ହାଉସ ଛକ-ରାଜଭବନ ଛକ ଓ ଏଜି ଛକରୁ ରାଜଭବନ ଛକ, ସନ୍ଧ୍ୟା ୭ଟା ୩୦ ରୁ ୮ଟା ୨୦ ପର୍ଯ୍ୟନ୍ତ ଏଜି ଛକ-ରବୀନ୍ଦ୍ର ମଣ୍ଡପ ଛକ, ୧୨୦ ବିଏନ ଛକ, ଜୟଦେବବିହାର ଛକ-ନାଲକୋ ଛକ ଓ ରାତି ୮ଟା ୨୫ରୁ ରାତି ୮ଟା ୫୦ ପର୍ଯ୍ୟନ୍ତ ରାଜଭବନ ଛକ-ଏଜି ଛକ-ହାଉସିଂ ବୋର୍ଡ ଛକ-ରାମମନ୍ଦିର ଛକ, ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ କୌଣସି ଗାଡ଼ି ଯାତାୟାତ କରିପାରିବ ନାହିଁ।

ସେହିପରି ୩୦ ତାରିଖ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ ଏଜି ଛକ- ରବୀନ୍ଦ୍ର ମଣ୍ଡପ ଛକ-୧୨୦ ବିଏନ ଛକ- ଜୟଦେବବିହାର ଛକ- ନାଲକୋ ଛକ ମଧ୍ୟରେ, ସକାଳ ୮ଟା ୧୦ରୁ ସକାଳ ସାଢ଼େ ୮ଟା ମଧ୍ୟରେ ପାୱାର ହାଉସ ଛକ-ରାଜଭବନ ଛକ ଏବଂ ଏଜି ଛକରୁ ରାଜଭବନ ଛକ ମଧ୍ୟରେ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ସନ୍ଧ୍ୟା ସାଢ଼େ ୭ଟାରୁ ୮ଟା ୧୫ ମଧ୍ୟ‌ରେ ଏଜି ଛକ- ରବୀନ୍ଦ୍ର ମଣ୍ଡପ ଛକ-୧୨୦ ବିଏନ ଛକ-ଜୟଦେବବିହାର ଛକ- ନାଲକୋ ଛକ ଓ ରାତି ୭ଟା ୫୫ରୁ ୮ଟା ୨୦ ମିନିଟ ମଧ୍ୟରେ ପାୱାର ହାଉସ ଛକ-ରାଜଭବନ ଛକ ଏବଂ ଏଜି ଛକ-ରାଜଭବନ ଛକ ମଧ୍ୟରେ ଗାଡ଼ି ଚଳାଚଳ କରିପାରିବ ନାହିଁ। ଡିସେମ୍ବର ୧ ତାରିଖ ସକାଳ ୬ଟାରୁ ୮ଟା ୨୦ ମିନିଟ ମଧ୍ୟରେ ଏଜି ଛକ-ରବୀନ୍ଦ୍ର ମଣ୍ଡପ ଛକ, ୧୨୦ ବିଏନ ଛକ, ଜୟଦେବବିହାର ଛକ-ନାଲକୋ ଛକ ମଧ୍ୟରେ, ସକାଳ ୮ଟା ୫ରୁ ୮ଟା ୨୫ ମଧ୍ୟରେ ପାୱାର ହାଉସ ଛକ- ରାଜଭବନ ଛକ ଏବଂ ଏଜି ଛକ-ରାଜଭବନ ଛକ ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିବ। ସେହିପରି ଅପରାହ୍ନ ୪ଟା ୨୦ରୁ ଅପରାହ୍ନ ୪ଟା ୪୫ ମଧ୍ୟରେ ଏଜି ଛକ-ବିଜୁ ପଟ୍ଟନାୟକ ଆନ୍ତର୍ଜ‌ାତିକ ବିମାନ ବନ୍ଦର ଓ ୫ଟା ୧୫ରୁ ୫ଟା ୪୦ ମଧ୍ୟରେ ଏଜି ଛକ-ବିଜୁ ପଟ୍ଟନାୟକ ଆନ୍ତର୍ଜ‌ାତିକ ବିମାନ ବନ୍ଦର ମଧ୍ୟରେ ଗା‌ଡ଼ି ଚଳାଚଳ ବନ୍ଦ ରହିବ। ଉପରୋକ୍ତ ଦିନ ଓ ସମୟରେ କୌଣସି ଯାନବାହନ ଏହି ରାସ୍ତାରେ ଯାତାୟାତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ସେହି ରାସ୍ତାକୁ ଆସିପାରିବେ ନାହିଁ।

ସୌଜନ୍ୟ – ସମ୍ବାଦ

Comments are closed.