ଖେଳ

ଭୁଟାନ ବୋଲରଙ୍କ ବିଶ୍ବ ରେକର୍ଡ; ୪ ଓଭର, ୭ ରନ୍ ଏବଂ ୮ ଓ୍ବିକେଟ୍‌

ମାଲେସିଆର ସୟାଜରୁଲ ଇଦ୍ରସ୍ ୨୦୨୩ ମସିହାରେ ଚୀନ୍ ବିପକ୍ଷରେ ୮ ରନ ଦେଇ ୭ ୱିକେଟ୍ ନେଇଥିଲେ। ବାହାରିନର ଅଲି ଦାଉଦ ୨୦୨୫ରେ ଭୁଟାନ ବିପକ୍ଷରେ ୧୯ ରନ ଦେଇ ୭ ୱିକେଟ୍ ନେଇଥିଲେ।

ନୂଆଦିଲ୍ଲୀ: ଭୁଟାନର ଅଫ୍ ସ୍ପିନର ସୋନମ ୟେଶେ ଇତିହାସ ରଚିଛନ୍ତି । ୨୨ ବର୍ଷୀୟ ୟେଶେ ଟି-20 ମ୍ୟାଚ୍ରେ ୮ଟି ୱିକେଟ୍ ନେଇଥିବା ବିଶ୍ୱର ପ୍ରଥମ ବୋଲର ହୋଇଛନ୍ତି । ୟେଶେ ତାଙ୍କର ଚାରି ଓଭରରେ ସାତ ରନ୍ ଦେଇ ଆଠଟି ୱିକେଟ୍ ନେଇଛନ୍ତି । ଏଥିରେ ଗୋଟିଏ ମେଡେନ୍ ଓଭର ମଧ୍ୟ ରହିଛି । ତାଙ୍କର ଇକୋନୋମି ରେଟ୍ ମାତ୍ର ୧.୭୫।

ଡିସେମ୍ବର ୨୬ ତାରିଖରେ ଗେଲେଫୁରେ ଖେଳାଯାଇଥିବା ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସୋନମ ମିଆଁମାର ବିପକ୍ଷରେ ୮ଟି ୱିକେଟ ନେଇଛନ୍ତି। ଭୁଟାନ କ୍ରିକେଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, ‘ଏହା ଏକ ସ୍ମରଣୀୟ ବୋଲିଂ। ସୋନମ ୟେଶେଙ୍କ ଚାରି ଓଭରରେ ୮/୭ ଏକ ବିଶ୍ୱ ରେକର୍ଡ ।’

ଟି-୨୦ କ୍ରିକେଟ ଇତିହାସରେ ଏହି ରେକର୍ଡ ପ୍ରଥମ ଥର ହୋଇଛି । କୌଣସି ବୋଲର ଗୋଟିଏ ମ୍ୟାଚ୍ରେ ୮ଟି ୱିକେଟ ନେଇଛନ୍ତି । ଏହା ପୂର୍ବରୁ ୨୦୧୯ରେ ନେଦରଲାଣ୍ଡର କଲିନ୍ ଆକରମ୍ୟାନ୍ ଗୋଟିଏ ମ୍ୟାଚ୍ରେ ୭ଟି ୱିକେଟ୍ ଏବଂ ୨୦୨୫ରେ ଆଫଗାନିସ୍ତାନର ତସ୍କିନ ଅହମ୍ମଦ ଗୋଟିଏ ମ୍ୟାଚ୍ରେ ୭ଟି ୱିକେଟ୍ ନେଇଥିଲେ। ସେହିଭଳି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଦୁଇ ଜଣ ବୋଲର ୭ଟି ୱିକେଟ୍ ନେଇଛନ୍ତି।

ମାଲେସିଆର ସୟାଜରୁଲ ଇଦ୍ରସ୍ ୨୦୨୩ ମସିହାରେ ଚୀନ୍ ବିପକ୍ଷରେ ୮ ରନ ଦେଇ ୭ ୱିକେଟ୍ ନେଇଥିଲେ। ବାହାରିନର ଅଲି ଦାଉଦ ୨୦୨୫ରେ ଭୁଟାନ ବିପକ୍ଷରେ ୧୯ ରନ ଦେଇ ୭ ୱିକେଟ୍ ନେଇଥିଲେ।

ସୋନମ ୟେଶେଙ୍କ ଚମତ୍କାର ବୋଲିଂ ପାଇଁ ଭୁଟାନ ମିଆଁମାରକୁ ମାତ୍ର ୪୫ ରନରେ ଅଲଆଉଟ କରିଥିଲା । ଭୁଟାନ ୮୨ ରନରେ ମ୍ୟାଚ୍ ଜିତିଥିଲା । ଭୁଟାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ୪-୦ ରେ ଆଗୁଆ ରହିଛି । ଏହି ସିରିଜରେ ସୋନମ ୟେଶେ ଏପର୍ଯ୍ୟନ୍ତ ୪ଟି ମ୍ୟାଚରେ ୧୨ଟି ୱିକେଟ୍ ନେଇଛନ୍ତି । ସିରିଜର ଶେଷ ମ୍ୟାଚ୍ ସୋମବାର ଖେଳାଯିବ ।

ସୋନମ ୟେଶେ ଜୁଲାଇ ୨୦୨୨ରେ ମାଲେସିଆ ବିପକ୍ଷରେ ତାଙ୍କର ଟି୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେବେଠାରୁ ସେ ୩୪ ମ୍ୟାଚ୍ରେ ୩୩ ଇନିଂସରେ ୩୭ ୱିକେଟ୍ ନେଇଛନ୍ତି। ତାଙ୍କର ହାରାହାରି ୧୭.୩୭ ଏବଂ ଇକୋନୋମି ରେଟ୍ ୫.୬୯। ଟି୨୦ କ୍ରିକେଟ୍ରେ ତାଙ୍କର ଗୋଟିଏ ଚାରି ୱିକେଟ୍ ଏବଂ ଗୋଟିଏ ପାଞ୍ଚ ୱିକେଟ୍ ହାଉଲ୍ ରହିଛି ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button