Breaking News

ଭୁବନେଶ୍ବରରୁ ଆରମ୍ଭ ହେବ ଯୁବରାଜ ସିଂହ ସେଣ୍ଟର ଅଫ ଏକ୍ସଲେନ୍ସ ଓ ମର୍ଲିନ ଗ୍ରୁପ୍‌ କ୍ରିକେଟ୍‌ ପ୍ରତିଭା ଅନ୍ବେଷଣ

ଯୁବରାଜ ସିଂହ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍‌ସିଇ) ଓ ମର୍ଲିନ ଗ୍ରୁପ୍‌ର କ୍ରୀଡ଼ା ବିଭାଗ କ୍ଲବ୍‌ର ପ୍ୟାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ୍‌ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଆୟୋଜନ କରୁଛି।

0

ଭୁବନେଶ୍ୱର: ଯୁବରାଜ ସିଂହ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍‌ସିଇ) ଓ ମର୍ଲିନ ଗ୍ରୁପ୍‌ର କ୍ରୀଡ଼ା ବିଭାଗ କ୍ଲବ୍‌ର ପ୍ୟାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ୍‌ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏହା ଚଳିତ ମାସ ୯ ତାରିଖରୁ ଭୁବନେଶ୍ବରରୁ ଆରମ୍ଭ ହେବ। ଓଡ଼ିଶାରୁ ଉଦୀୟମାନ ଯୁବ କ୍ରିକେଟର୍‌ ଚିହ୍ନଟ କରିବା ପରେ ପାଟନା, ସିଲିଗୁଡ଼ି ଓ କୋଲ୍‌କାତା ସମେତ ପୂର୍ବ ଭାରତର ବଡ଼ ସହରଗୁଡ଼ିକୁ ମଧ୍ୟ ପରିବ୍ୟାପ୍ତ କରାଯିବ। ବିଶ୍ୱ ଶ୍ରେଣୀୟ ତାଲିମ ଜରିଆରେ ଇଚ୍ଛୁକ ଖେଳାଳିଙ୍କୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଭଳି ସୁଯୋଗ ଯୋଗାଇ ଦିଆଯିବ।

ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବିଜେବି ହାଇସ୍କୁଲ ପଡ଼ିଆରେ ଆୟୋଜିତ ହେବ। ଏହି ଦିନିକିଆ ଟ୍ରାଏଲକୁ ବିସିସିଆଇ ଲେବଲ ୧ ପ୍ରଶିକ୍ଷକ ତଥା ୱାଇଏସ୍‌ସିଇ ମୁଖ୍ୟପ୍ରଶିକ୍ଷକ ବିଶାଲ ଭାଟିଆ ଏବଂ ୱାଇଏସ୍‌ସିଇ ଏଟିପି କୋଲ୍‌କାତା ପ୍ରଶିକ୍ଷକ ସତ୍ୟେନ୍ଦ୍ର ସିଂହ ପରିଚାଳନା କର‌ିବେ। ମନୋନୀତ ଖେଳାଳିଙ୍କୁ ବୃତ୍ତି ପ୍ରଦାନ କରାଯିବ ଏବଂ  କୋଲ୍‌କାତାରେ ଥିବା ୱାଇଏସ୍‌ସିଇରେ ପ୍ରଶିକ୍ଷଣ ସୁଯୋଗ ପାଇବେ। ପୂର୍ବ ଭାରତର ୧୦ରୁ ୧୯ ବର୍ଷ ବୟସର ଖେଳାଳି ଏହି ଟ୍ରାଏଲ୍‌ରେ ଭାଗ ନେଇପାରିବେ। ଖେଳାଳିମାନେ http://ysce.clubpavilion.com ରେ ନାମ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.