ଭୁବନେଶ୍ଵରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଭୁବନେଶ୍ଵର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେପଟେ ସିବିଆଇ ନିର୍ଦ୍ଦେଶକ ମଧ୍ୟ ପହଞ୍ଚିଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ସମେତ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୁଲିସ ଏକାଡେ଼ମୀର ନିର୍ଦ୍ଦେଶକ ଆସି ପହଞ୍ଚିଛନ୍ତି।

ସକାଳୁ ଏପର୍ଯ୍ୟନ୍ତ ତେଲେଙ୍ଗାନା ଡିଜିପି, ଆସାମ ଡିଜିପି, ପଣ୍ଡିଚେରୀ ଡିଜିପି, ମିଜୋରାମ ଡିଜିପି, ଉତ୍ତରାଖଣ୍ଡ ଡିଜିପି ପ୍ରମୁଖ ପହଞ୍ଚିଥିବା ବେଳେ ମହାରାଷ୍ଟ୍ର ଡିଜିପି, ପଶ୍ଚିମବଙ୍ଗ ଡିଜିପି ଓ ହିମାଚଳ ପ୍ରଦେଶ ଡିଜିପିଙ୍କ ସମେତ ପିଏମଓ ଅଫିସର ବରିଷ୍ଠ ଅଧିକାରୀମାନେ ବି ଆସୁଛନ୍ତି।
କଡ଼ା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ଵର ବିମାନବନ୍ଦର। ଏହି ଅବସରରେ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରୁ ପ୍ରତିନିଧି ଦଳ ଆସୁଛନ୍ତି। ଏଥିପାଇଁ ପୁଲିସ କମିଶନରଙ୍କ ସମେତ ଏସପିଜି ଟିମ୍ ସିକ୍ୟୁରିଟି ଫୋର୍ସ ସ୍ପେସିଆଲ ଭ୍ୟାନରେ ଅତିଥିଙ୍କୁ ରିସିଭ କରି ରାଜ୍ୟ ଅତିଥି ଭବନ ପରିସରକୁ ନେଉଛନ୍ତି। ସକାଳୁ ଏପର୍ଯ୍ୟନ୍ତ ତେଲେଙ୍ଗାନା ଡିଜିପି, ଆସାମ ଡିଜିପି, ପଣ୍ଡିଚେରୀ ଡିଜିପି, ମିଜୋରାମ ଡିଜିପି, ଉତ୍ତରାଖଣ୍ଡ ଡିଜିପି ପ୍ରମୁଖ ପହଞ୍ଚିଥିବା ବେଳେ ମହାରାଷ୍ଟ୍ର ଡିଜିପି, ପଶ୍ଚିମବଙ୍ଗ ଡିଜିପି ଓ ହିମାଚଳ ପ୍ରଦେଶ ଡିଜିପିଙ୍କ ସମେତ ପିଏମଓ ଅଫିସର ବରିଷ୍ଠ ଅଧିକାରୀମାନେ ବି ଆସୁଛନ୍ତି।
ସୌଜନ୍ୟ-ସମ୍ୱାଦ

Show More
Back to top button