Breaking News

ଭୁଲ ଇଞ୍ଜେକ୍‌ସନ୍‌ ଯୋଗୁଁ ଶିଶୁ ଜୀବନ ଗଲା! କ୍ଲିନିକ୍‌ ସମ୍ମୁଖରେ ପ୍ରବଳ ଉତ୍ତେଜନା, ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଡା. ଏସ୍‌ଏନ୍ ମହାନ୍ତି କ୍ଲିନିକ୍‌ରେ ଭୁଲ୍‌ ଇଞ୍ଜେକସନ୍‌ ଦିଆଯିବାରୁ ଜଣେ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର କ୍ଲିନିକ୍‌ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିଲେ।

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଡା. ଏସ୍‌ଏନ୍ ମହାନ୍ତି କ୍ଲିନିକ୍‌ରେ ଭୁଲ୍‌ ଇଞ୍ଜେକସନ୍‌ ଦିଆଯିବାରୁ ଜଣେ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର କ୍ଲିନିକ୍‌ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ଓ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଡାକ୍ତର, ଫାର୍ମାସିଷ୍ଟ ଓ କ୍ଲିନିକ୍‌ ମାଲିକଙ୍କୁ ଥାନାରେ ଅଟକ ରଖିଛି। ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସାଢ଼େ ୭ଟା ସମୟରେ ବଡ଼ଗଡ଼ କେନାଲ ରୋଡ୍‌ରେ ରହୁଥିବା ରିତେଶ କୁମାର ଶାହା ତାଙ୍କ ୮ ମାସର ଝିଅ ରିସିକା ଶାହାଙ୍କୁ ନେଇ ଷ୍ଟେସନ୍‌ ରୋଡ୍‌ସ୍ଥିତ ଡା. ଏସ୍‌ଏନ୍ ମହାନ୍ତିଙ୍କ କ୍ଲିନିକ୍‌କୁ ଆଣିଥିଲେ। ରିସିକାଙ୍କୁ ଥଣ୍ଡା ଓ କାଶ ହେଉଥିଲା। ଡାକ୍ତର ଦେଖିବା ପରେ କ୍ଲିନିକ୍‌ରେ କାର୍ଯ୍ୟରତ ଫାର୍ମାସିଷ୍ଟ ରିସିକାଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ଆଉ ଇଞ୍ଜେକସନ୍‌ ନେବାର କିଛି ସମୟ ପରେ ରାତି ପ୍ରାୟ ୭ଟା ୪୦ ମିନିଟ୍‌ରେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ କ୍ଲିନିକ୍ ସମ୍ମୁଖରେ ରିସିକାଙ୍କ ପରିବାର ପାଟିତୁଣ୍ଡ କରିଥିଲେ। ଭୁଲ ଇଞ୍ଜେକସନ୍‌ ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ସେମାନେ କ୍ଲିନିକ୍ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ନେଇ ହୋହଲ୍ଲା କରିଥିଲେ।

କ୍ଲିନିକ୍‌ ସମ୍ମୁଖରେ ପ୍ରବଳ ଉତ୍ତେଜନା
ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ
ଡାକ୍ତର, ଫାର୍ମାସିଷ୍ଟ, କ୍ଲିନିକ୍‌ ମାଲିକ ଅଟକ

ପରିବାର ଲୋକଙ୍କ ଅଭିଯୋଗ ହେଲା, କ୍ଲିନିକ୍‌ର ଡାକ୍ତର ଜଣେ ମେଡିସିନ୍‌ ସ୍ପେସାଲିଷ୍ଟ। ଶିଶୁର ଅବସ୍ଥା ଗୁରୁତର ନଥିଲା। ଡାକ୍ତରଙ୍କ ପାଖରେ ଥିବା ଫାର୍ମାସିଷ୍ଟ ଭୁଲ୍‌ ଇଞ୍ଜେକସନ୍‌ ଦେଇଥିଲେ। ଫଳରେ ଶିଶୁର ମୃତ୍ୟୁ ହୋଇଛି। ଶିଶୁର ସ୍ବାସ୍ଥ୍ୟବସ୍ଥା ଯଦି ଗୁରୁତର ଥିଲା, ତେବେ ଡାକ୍ତର କାହିଁକି ଅନ୍ୟ ଡାକ୍ତରଖାନାକୁ ନ ପଠାଇ ନିଜେ ଚିକିତ୍ସା କରୁଥିଲେ? ଅନ୍ୟପକ୍ଷରେ ଡାକ୍ତର ଏସଏନ୍ ମହାନ୍ତି କହିଛନ୍ତି ଯେ ଶିଶୁର ଚିକିତ୍ସାରେ କୌଣସି ତ୍ରୁଟି ହୋଇନାହିଁ। ଶିଶୁର କଫ ବହୁତ ଜମିଥିଲା। ଯେଉଁ ସମୟରେ ବାପା-ମା’ ତାକୁ (ଶିଶୁ)କୁ ମୋ ପାଖକୁ ଆଣିଥିଲେ, ସେ ଗୁରୁତର ରହିଥିଲା। ତେଣୁ ଆମେ ତାକୁ ବାହାରକୁ ନ ପଠାଇ ଏଠାରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲୁ। ତାକୁ ଅକ୍ସିଜେନ୍‌ ଦିଆଯିବା ସହିତ ଏକ ଇଞ୍ଜେକସନ୍‌ ମଧ୍ୟ ଦିଆଯାଇଥିଲା। କିନ୍ତୁ ଇଞ୍ଜେକସନ୍‌ ଦେବା ପରେ ତାର ମୃତ୍ୟୁ ହୋଇଛି। ମୁଁ ସିପିଆର୍‌ ଦେଉଥିଲି। ମୋ କ୍ଲିନିକ୍‌ରେ ଥିବା ଫାର୍ମାସିଷ୍ଟ ଇଞ୍ଜେକସନ୍‌ ଦେଇଥିଲେ। ଏଥିରେ ଚିକିତ୍ସାରେ ତ୍ରୁଟି କିମ୍ବା କୌଣସି ପ୍ରକାର ଭୁଲ୍‌ ଇଞ୍ଜେକସନ୍‌ ଦିଆଯାଇ ନାହିଁ। ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ଶିଶୁର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲର ଶବଗୃହରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

 

 

 

 

Comments are closed.