Breaking News

ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ

ବାଙ୍ଗିରିପୋଷି,୨୭/୧୨: ଚଳିତ ୨୦୨୪-୨୫ ବର୍ଷ ପାଇଁ ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ସଂଞ୍ଜଳୀ ମୁର୍ମୁଙ୍କ ଦ୍ୱାରା ବାଙ୍ଗିରିପୋଷି ବ୍ଲକ ଅଧୀନ ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ ହୋଇ ଯାଇଛି । ଏହି ଲ୍ୟାମ୍ପ୍ସରେ ମୋଟ ୯୮୭ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ପ୍ରଥମ ଦିନରେ ବାଞ୍ଛାନିଧି ସାହୁ ୩୨ କୁଇଣ୍ଟାଲ ୭୬ କେଜି ଧାନ ମଣ୍ଡିରେ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଧାୟିକା ସଞ୍ଜଳି ମୁର୍ମୁଙ୍କ ସହ ସିନିୟର ଉପ ଏ.ଆର.ସି.ଏସ ଅଶୋକ କୁମାର ପାଣି,ଏ.ଆର.ସି.ଏସ ତୁଷାରକାନ୍ତି ମହାନ୍ତି, ଆଇ.ସି.ଏସ ଚୈତନ୍ୟ କୁମାର ସୋରେନ, ଏମ.ଡି ମନୋଜ କୁମାର ଗିରି, ନୋଡାଲ ଅଫିସର ସ୍ୱାଧୀନ କୁମାର ସିଂ, ଆର.ଏମ.ସି ନିରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.