Breaking News

ଭୂମିକମ୍ପରେ ଥରିଲା ନେପାଳ ଏବଂ ଉତ୍ତରାଖଣ୍ଡ । ଭୟରେ ଦୌଡିଲେ ଲୋକେ..

୧୫ ସେକେଣ୍ଡ ପର୍ଯ୍ୟନ୍ତ ଥରିଲା ନେପାଳ ଏବଂ ଉତ୍ତରାଖଣ୍ଡ । ଭୟରେ ଘରୁ ବାହାରି ଆସିଲେ ଲୋକେ ।

ଭୂମିକମ୍ପରେ ଥରିଲା ଭାରତର ପଡୋଶୀ ଦେଶ ନେପାଳ  । ଏହି ଭୂକମ୍ପର ଝଟକା ଆଜି ସକାଳେ ଅନୁଭୂତ ହୋଇଛି । NCSର ସୂଚନାଅନୁସାରେ  ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି।  ତେବେ ଭାରତୀୟ ସମୟ ଅନୁସାରେ ଭୂକମ୍ପର ସମୟ  ସକାଳ ୩ ଟା ୫୮ ମିନିଟ୍‌ ଅନୁଭୂତ ହୋଇଥିବା ସୂଚନା  ।  ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବାର ସୂଚନା ସାମ୍ନାକୁ ଆସି ନାହିଁ ।

ଏହି ଭୂକମ୍ପର ଝଟକା ନେପାଳ ସହ ଉତ୍ତରାଖଣ୍ଡରେ ମଧ୍ୟ ଅନୁଭୂତ ହୋଇଛି। ଏଠାରେ ସକାଳ ୪ଟାରେ  ଅନୁଭୂତ ହେବା  ସହ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି। ପାଖାପାଖି ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା  । ଲୋକେ ଭୟଭୀତ ହୋଇ ଥଣ୍ଡାରେ ଘରୁ ବାହରକୁ ପଳାଇ ଆସିଥିଲେ।

ଭୂକମ୍ପ ଆସିଲେ ନିଜକୁ ରକ୍ଷା କିପରି କରିବେ ?

ଭୂକମ୍ପର ଝଟକା ଅନୁଭୂତ ହେବା କ୍ଷଣି ଘରେ ଥିବା ମଜଭୁତ ଟେବୁଲ  ତଳେ ବସି ରହୁନ୍ତୁ ଏବଂ  ମୁଣ୍ଡ ଉପରେ ହାତ ରଖି ବସନ୍ତୁ।  ଯେଉଁମାନେ  ଅଧିକ ଉଚ୍ଚା ବିଲ୍‌ଡିଙ୍ଗରେ ରହୁଛନ୍ତି  ସେମାନେ ଭୂକମ୍ପର ଝଟକା ଅନୁଭୂତ ହେବା ପର୍ଯ୍ୟନ୍ତ  ସେହି ଘର ଭିତରେ ରହିଥାଆନ୍ତୁ  । ଏବଂ ଝଟକା ରହିବା ପରେ ବିଲ୍‌ଡିଙ୍ଗରୁ ବାହାରି  ତଳକୁ ପଳାଇ ଆସନ୍ତୁ । ଏବଂ ବିଲ୍‌ଡିଙ୍ଗର କିଛି ଦୂରରେ ଠିଆ ହୁଅନ୍ତୁ  । ତେବେ ବିଲ୍‌ଡିଙ୍ଗ ରୁ ଆସିବାଳେଳେ ସିଢିରେ ହିଁ ଆସନ୍ତୁ  ।
 

 

 

 

 

ସୌଜନ୍ୟ-କନକ

Comments are closed.