ମଣିପାଲ୍ ହସ୍ପିଟାଲ୍ରେ ୧୪ ଦିନ ଶିଶୁର ବ୍ରେନ୍ ସର୍ଜରି
ମଣିପାଲ୍ ହସ୍ପିଟାଲ୍ରେ ଅନ୍ତର୍କ୍ରାନିଆଲ ହେମାଟୋମାରେ ପୀଡ଼ିତ ଏକ ୧୪ ଦିନ ଶିଶୁର ସଫଳ ବ୍ରେନ୍ ସର୍ଜରି ହୋଇଛି। ଓଡ଼ିଶାରେ ଏହା ପ୍ରଥମ ଘଟଣା ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ରାଉରକେଲାରେ ଜନ୍ମ ହୋଇଥିବା ଏହି ଶିଶୁଠାରେ ଜଟିଳ ମସ୍ତିଷ୍କ ସମସ୍ୟା ଦେଖାଦେଇଥିଲା।
ଭୁବନେଶ୍ବର: ମଣିପାଲ୍ ହସ୍ପିଟାଲ୍ରେ ଅନ୍ତର୍କ୍ରାନିଆଲ ହେମାଟୋମାରେ ପୀଡ଼ିତ ଏକ ୧୪ ଦିନ ଶିଶୁର ସଫଳ ବ୍ରେନ୍ ସର୍ଜରି ହୋଇଛି। ଓଡ଼ିଶାରେ ଏହା ପ୍ରଥମ ଘଟଣା ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ରାଉରକେଲାରେ ଜନ୍ମ ହୋଇଥିବା ଏହି ଶିଶୁଠାରେ ଜଟିଳ ମସ୍ତିଷ୍କ ସମସ୍ୟା ଦେଖାଦେଇଥିଲା। ପିତାମାତା ଶିଶୁଟିକୁ ତୁରନ୍ତ ମଣିପାଲ ହସ୍ପିଟାଲ୍ ଆଣିଥିଲେ, ଯେଉଁଠାରେ ଡାକ୍ତର ସୁନୀଲ କୁମାର ପାତ୍ର ପରୀକ୍ଷା କରିବା ପରେ ବ୍ରେନ୍ରେ ରକ୍ତ ଜମାଟ ଥିବା ଚିହ୍ନଟ କରିଥିଲେ। ସାଧାରଣତଃ ବୟସ୍କ ଲୋକଙ୍କଠାରେ ଦେଖାଦେଉଥିବା ଏହି ସମସ୍ୟା ଶିଶୁଠାରେ ଦେଖାଦେବା ଅତ୍ୟନ୍ତ ଦୁର୍ଲଭ। ଡାକ୍ତର ପାତ୍ର ଶିଶୁର ଅସ୍ତ୍ରୋପଚାର କରିଥିଲେ, ଯାହା ଫଳରେ ଶିଶୁଟି ନୂଆ ଜୀବନ ପାଇଛି।
ଏଥିପାଇଁ ଡାକ୍ତର ପାତ୍ର ହସ୍ପିଟାଲ୍ର ନ୍ୟୁରୋ ଆନାସ୍ଥେସିଓଲୋଜିଷ୍ଟ ଡାକ୍ତର ଭାଗ୍ୟରଞ୍ଜନ ଜେନା, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜନକୀ ବଲ୍ଲଭ ପ୍ରଧାନ ଓ ହସ୍ପିଟାଲ୍ର ସମସ୍ତ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଘଟଣା ସମ୍ପର୍କରେ ମଣିପାଲ ହସ୍ପିଟାଲ୍ର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ଡାକ୍ତର ଓ ସମ୍ପୂର୍ଣ୍ଣ ଟିମ୍କୁ କୃତଜ୍ଞତା ଜଣାଇବା ସହିତ ସମସ୍ତ ପ୍ରକାର ବ୍ରେନ୍ ସର୍ଜରି ଓ ନବଜାତ ଶିଶୁଙ୍କ ଯତ୍ନ ନେବା ପାଇଁ ହସ୍ପିଟାଲ୍ରେ ଅଭିଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ଥିବା କହିଛନ୍ତି।
ସୌଜନ୍ୟ-ସମ୍ୱାଦ
Comments are closed.