Breaking News

ମଣିପାଲ୍‌ ହସ୍ପିଟାଲ୍‌ରେ ୫୦୦ରୁ ଅଧିକ କିଡ୍‌ନି ପ୍ରତିରୋପଣ

ମଣିପାଲ୍‌ ହସ୍ପିଟାଲ୍‌ ୫୦୦ରୁ ଅଧିକ କିଡ୍‌ନି ପ୍ରତିରୋପଣ କରି ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ସଫଳତାକୁ ପାଳନ କରିବା ଲାଗି ହସ୍ପିଟାଲ୍‌ରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ୬୦ରୁ ଅଧିକ କିଡ୍‌ନି ପ୍ରତିରୋପଣ....

ଭୁବନେଶ୍ବର: ମଣିପାଲ୍‌ ହସ୍ପିଟାଲ୍‌ ୫୦୦ରୁ ଅଧିକ କିଡ୍‌ନି ପ୍ରତିରୋପଣ କରି ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ସଫଳତାକୁ ପାଳନ କରିବା ଲାଗି ହସ୍ପିଟାଲ୍‌ରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ୬୦ରୁ ଅଧିକ କିଡ୍‌ନି ପ୍ରତିରୋପଣ ହୋଇଥିବା ବ୍ୟକ୍ତି, କିଡ୍‌ନି ଦାତା, ସେମାନଙ୍କ ପରିବାର ସଦସ୍ୟ, ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ହସ୍ପିଟାଲ୍‌ ପକ୍ଷରୁ ମଣିପାଲ୍‌ ସାଥୀ ପ୍ରିଭିଲେଜ କାର୍ଡ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ (ଚିକିତ୍ସା ଶିକ୍ଷା ଓ ପ୍ରଶିକ୍ଷଣ) ତଥା ରାଜ୍ୟ ନୋଡାଲ୍‌ ଅଫିସର ଡାକ୍ତର ଉମାକାନ୍ତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଭିନେତା ତଥା ସ୍ମାଇଲ୍‌ ଫୋର୍ସର ପ୍ରତିଷ୍ଠାତା ସବ୍ୟସାଚୀ ମିଶ୍ର, ମଣିପାଲ ହସ୍ପିଟାଲ୍‌ର ଡାଇରେକ୍ଟର ଶକ୍ତିମୟ ମହାପାତ୍ର ଓ ୟୁନିଟ୍‌ ମୁଖ୍ୟ (ମେଡିକାଲ୍‌ ସର୍ଭିସେସ୍‌) ଡାକ୍ତର ସିଦ୍ଧାର୍ଥ ମିଶ୍ର ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଶତପଥୀ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ କିଡ୍‌ନି ଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ। ହସ୍ପିଟାଲ୍ ଡାଇରେକ୍ଟର ଶ୍ରୀ ମହାପାତ୍ର କହିଥିଲେ ଯେ ୫୦୦ରୁ ଅଧିକ କିଡ୍‌ନି ପ୍ରତିରୋପଣ କେବଳ ଏକ ସଂଖ୍ୟା ନୁହେଁ, ଏହା ପ୍ରତ୍ୟେକ ରୋଗୀଙ୍କ ଆଶା, ଦୃଢ଼ତା ଓ ରୋଗୀମାନଙ୍କ ଅଦ୍ଭୁତ ଯାତ୍ରାର ଏକ ଉତ୍ସବ। ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲ୍‌ର କିଡ୍‌ନି ଓ ମୂତ୍ର ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନ, ଡାକ୍ତର ସାଇ ପ୍ରସାଦ ସାହୁ, ଡାକ୍ତର ସୁବୋଧ କୁମାର ଦାସ, ଡାକ୍ତର ସୁକାନ୍ତ ଦାସ ଓ ହସ୍ପିଟାଲ୍‌ର ପରିଚାଳନା ମୁଖ୍ୟ ରାଜଶ୍ରୀ ଉପାଧ୍ୟାୟ ଉପସ୍ଥିତ ଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.