Breaking News

ମଣିପାଲ ହସ୍ପିଟାଲ୍‌ରେ ରୋଟେଟର୍‌ କଫ୍‌ ଟିୟରର ପ୍ରଥମ ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ବରର ମଣିପାଲ୍ ହସ୍ପିଟାଲ୍ସ ଏକ ବଡ ଉପଲବ୍ଧି ହାସଲ କରିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ରିଜେଣ୍ଟେନ୍ ପ୍ୟାଚ୍ ନାମକ ଏକ କୃତ୍ରିମ ବାୟୋଇଣ୍ଡକ୍ଟିଭ୍ ଇମ୍‌ପ୍ଲାଣ୍ଟ୍‌ ବ୍ୟବହାର କରି ରୋଟେଟର୍ କଫ୍ ଟିୟର ଚିକିତ୍ସାର....

ଭୁବନେଶ୍ୱର: ଭୁବନେଶ୍ବରର ମଣିପାଲ୍ ହସ୍ପିଟାଲ୍ସ ଏକ ବଡ ଉପଲବ୍ଧି ହାସଲ କରିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ରିଜେଣ୍ଟେନ୍ ପ୍ୟାଚ୍ ନାମକ ଏକ କୃତ୍ରିମ ବାୟୋଇଣ୍ଡକ୍ଟିଭ୍ ଇମ୍‌ପ୍ଲାଣ୍ଟ୍‌ ବ୍ୟବହାର କରି ରୋଟେଟର୍ କଫ୍ ଟିୟର ଚିକିତ୍ସାର ଏକ ଉନ୍ନତ ଅର୍ଥ୍ରୋସ୍କୋପିକ୍ କୌଶଳ ଗ୍ରହଣ କରିଛି। କାନ୍ଧ ସନ୍ଧିକୁ ଘେରି ରହିଥିବା ମାଂସପେଶୀ ଏବଂ ଟେଣ୍ଡନ ବା ପେଶୀରଜ୍ଜୁର ଗୋଷ୍ଠୀକୁ ରୋଟେଟର୍ କଫ୍ କୁହାଯାଏ। କୌଣସି ଆଘାତ କାରଣରୁ ଫାଟିଗଲେ ଏହାକୁ ରୋଟେଟର୍ କଫ୍ ଟିୟର କୁହାଯାଏ।

ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ଅର୍ଥ୍ରୋସ୍କୋପିକ୍ ସର୍ଜନ ତଥା ସ୍ପୋର୍ଟସ୍ ସର୍ଜରି ବିଶେଷଜ୍ଞ ଡାକ୍ତର ସାର୍ଥକ ପଟ୍ଟନାୟକ ଜଣେ ୫୦ ବର୍ଷ ବୟସ୍କ ରୋଗୀଙ୍କ ଠାରେ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି। ରୋଗୀଜଣକ ରୋଟେଟର୍ କଫ୍ ଟିୟର ହେତୁ ଅସ୍ତ୍ରୋପଚାର ପୂର୍ବରୁ ତାଙ୍କ ଡାହାଣ କାନ୍ଧ ଉଠାଇ ପାରୁନଥିଲେ। ଓଡ଼ିଶାର ଅନ୍ୟ କୌଣସି ଡାକ୍ତରଖାନାରେ ଏହି ଅନ୍ତଃରୋପଣ କୌଶଳ ପ୍ରୟୋଗ କରାଯାଇନାହିଁ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ରୋଗୀ ସେବାକୁ ଉନ୍ନତ କରିବା ପାଇଁ ଆମେ ସର୍ବଦା ଆଧୁନିକ ଚିକିତ୍ସା ପ୍ରଯୁକ୍ତିର ଅଗ୍ରଗାମୀ ହେବାକୁ ପ୍ରତିବଦ୍ଧ ବୋଲି ମେଡିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.