Breaking News

ମଣ୍ଟେନିଗ୍ରୋ ଗୁଳିକାଣ୍ଡ: ୧୨ ଜଣଙ୍କୁ ହତ୍ୟା ପରେ ଆକ୍ରମଣକାରୀର ଆତ୍ମହତ୍ୟା

ମଣ୍ଟେନିଗ୍ରୋର ଏକ ଛୋଟ ସହର ସେଟିଞ୍ଜେରେ ଗତକାଲି ଘଟିଥିବା ଗୁଳିକାଣ୍ଡରେ ଅତି କମ୍‌ରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏକ ରେଷ୍ଟୁରାଣ୍ଟରେ ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିବା ଆକ୍ରମଣକାରୀ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛି।

ମଣ୍ଟେନିଗ୍ରୋ: ମଣ୍ଟେନିଗ୍ରୋର ଏକ ଛୋଟ ସହର ସେଟିଞ୍ଜେରେ ଗତକାଲି ଘଟିଥିବା ଗୁଳିକାଣ୍ଡରେ ଅତି କମ୍‌ରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏକ ରେଷ୍ଟୁରାଣ୍ଟରେ ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିବା ଆକ୍ରମଣକାରୀ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛି।  ୪୫ ବର୍ଷିୟ ଆଲେକଜାଣ୍ଡର ମାର୍ଟିନୋଭିକ୍ ନାମକ ଏହି ବନ୍ଧୁକଧାରୀ ସେଟିଞ୍ଜେ ସହରରେ ଥିବା ନିଜ ଘର ନିକଟରେ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ମଣ୍ଟେନିଗ୍ରୋର ରାଜଧାନୀ ପୋଡଗୋରିକାଠାରୁ ୩୮ କିଲୋମିଟର ପଶ୍ଚିମରେ ଅବସ୍ଥିତ ଏକ ଛୋଟ ସହର ସେଟିଞ୍ଜେ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଲୋକେ ନୂଆବର୍ଷ ଉତ୍ସବ ମନାଉଥିବା ବେଳେ ମାର୍ଟିନୋଭିକ୍ ସ୍ବୟଂଚାଳିତ ବନ୍ଧୁକର ଗୁଳିମାଡ଼ କରିଥିଲା। ୧୨ ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ଜଣାପଡ଼ଛି। ଏହି ଘଟଣା ୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି କ୍ଷୁଦ୍ର ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଛି। ରାଷ୍ଟ୍ରପତି ଜାକୋଭ ମିଲାଟୋଭିକ୍ ଏହି ହିଂସାକାଣ୍ଡକୁ ଏକ ଭୟଙ୍କର ଦୁଃଖଦ ଘଟଣା ବୋଲି କହିବା ସହ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

 

 

 

 

 

ସୌଜନ୍ୟ- ସମ୍ୱାଦ

 

Comments are closed.