Breaking News

ମଧ୍ୟରାତ୍ରିରେ ଶିମିଳିପାଳ ଫେରିଲା ବାଘୁଣୀ ଜୀନତ

ମଧ୍ୟରାତ୍ରିରେ ଓଡ଼ିଶା ଫେରିଛି ବାଘୁଣୀ ଜୀନତ। ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ବାଘୁଣୀ ଜୀନତକୁ ଶିମିଳିପାଳ ଅଣାଯାଇଛି।

ବାରିପଦା: ମଧ୍ୟରାତ୍ରିରେ ଓଡ଼ିଶା ଫେରିଛି ବାଘୁଣୀ ଜୀନତ। ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ବାଘୁଣୀ ଜୀନତକୁ ଶିମିଳିପାଳ ଅଣାଯାଇଛି। ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟ ରାତ୍ରିରେ ଜୀନତ ଶିମିଳିପାଳରେ ପହଞ୍ଚିବା ପରେ ତାକୁ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି।

ରାତି ୮ଟାରେ ଆଲିପୁର ଚିଡିଆଖାନାରୁ ପଶ୍ଚିମବଙ୍ଗ ବନବିଭାଗ ଆମକୁ ଜୀନତକୁ ହସ୍ତାନ୍ତର କରିଛନ୍ତି। ତାଙ୍କର ଏକ ଟିମ୍ ଆମ ସହ ଶିମିଳିପାଆଳ ଆସୁଛନ୍ତି। ଏଠାରେ ପହଞ୍ଚିବା ପରେ ଜିନତ୍କୁ ସଫ୍ଟ ଏନକ୍ଲୋଜରରେ ରଖାଯିବ। ଏହାପରେ ପରବର୍ତ୍ତୀ ସ୍ଥିତି ନିର୍ଦ୍ଧାରଣ ହେବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।

ଗତକାଲି ବାରିପଦା ଆରସିସିଏଫ ପ୍ରକାଶଚାନ୍ଦ ଗୋଗିନେନୀ କହିଥିଲେ ଯେ ରାତି ୮ଟାରେ ଆଲିପୁର ଚିଡିଆଖାନାରୁ ପଶ୍ଚିମବଙ୍ଗ ବନବିଭାଗ ଆମକୁ ଜୀନତକୁ ହସ୍ତାନ୍ତର କରିଛନ୍ତି। ତାଙ୍କର ଏକ ଟିମ୍ ଆମ ସହ ଶିମିଳିପାଆଳ ଆସୁଛନ୍ତି। ଏଠାରେ ପହଞ୍ଚିବା ପରେ ଜିନତ୍କୁ ସଫ୍ଟ ଏନକ୍ଲୋଜରରେ ରଖାଯିବ। ଏହାପରେ ପରବର୍ତ୍ତୀ ସ୍ଥିତି ନିର୍ଦ୍ଧାରଣ ହେବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.