Breaking News

ମନ୍ତ୍ରୀ ‌ହେବା ପୂର୍ବରୁ ସଙ୍କଟରେ ମସ୍କ: ପୁଟିନଙ୍କ ସହ ସମ୍ପର୍କ ଯୋଗୁ ଜାତୀୟ ସୁରକ୍ଷା ଉପରେ ପ୍ରଶ୍ନ

ଭ୍ଲାଡିମିର୍ ପୁଟିନ୍ ବର୍ତ୍ତମାନ ଆମେରିକାର ପରମ ଶତ୍ରୁ ଭାବରେ ଉଭା ହୋଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ସରକାର ରୁଷିଆ ଉପରେ ବହୁ କଟକଣା ଲଗାଇଛନ୍ତି। ଏବେ ଜଣାପଡ଼ିଛି ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ମନ୍ତ୍ରୀ ହେବାକୁଥିବା ଏଲନ୍ ମସ୍କ ପୁଟିନଙ୍କ ସହ ଗୁପ୍ତରେ କଥାବାର୍ତ୍ତା କରୁଛନ୍ତି...

0

ୱାଶିଂଟନ: ଆସନ୍ତା ବର୍ଷ ୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। କିନ୍ତୁ ତାଙ୍କର ନୂତନ ବନ୍ଧୁ ଏଲନ୍ ମସ୍କ ସରକାରରେ ମନ୍ତ୍ରୀ ଭାବେରେ ଯୋଗଦେବା ପୂର୍ବରୁ ସଙ୍କଟରେ ପଡ଼ିଯାଇଥିବା ଜଣାପଡିଛି।

କ୍ରମାଗତ ରିପୋର୍ଟ ଆସୁଛି ଯେ ସ୍ପେସ୍ ଏକ୍ସ ମାଲିକ ମସ୍କ ରୁଷିଆର ବିଭିନ୍ନ ଅଧିକାରୀ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି। ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ସରକାରୀ ଦକ୍ଷତା ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମସ୍କଙ୍କୁ ଦେଇଛନ୍ତି।

ଏଭଳି ପରିସ୍ଥିତିରେ ଜୋ ବାଇଡେନଙ୍କ ଦଳର ସିନେଟରମାନେ ମଧ୍ୟ ସରକାରୀ ପଦବୀରେ ଅବସ୍ଥାପିତ ହେବାକୁ ଯାଉଥିବା ମସ୍କଙ୍କ ସହିତ ରୁଷିଆର ଅଧିକାରୀମାନଙ୍କ ଥିବା ସମ୍ପର୍କ ନେଇ ଶୁଣିଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ଆମେରିକା ଏବଂ ରୁଷିଆ ପରସ୍ପରର ପରମ ଶତ୍ରୁ ପାଲଟିଛନ୍ତି।

ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକା ଭ୍ଲାଦିମିର ପୁଟିନ ଏବଂ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଛି। ଏଭଳି ପରିସ୍ଥିତିରେ ଅକ୍ଟୋବରରେ ପୁଟିନଙ୍କ ସହ ମସ୍କଙ୍କର ହୋଇଥିବା କଥାବାର୍ତ୍ତା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ଡେମୋକ୍ରାଟିକ୍ ସିନେଟରମାନେ ଜାତୀୟ ସୁରକ୍ଷା ଆଧାରରେ ପେଣ୍ଟାଗନ୍ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ତଦନ୍ତ ଦାବି କରିଛନ୍ତି ଯେ ଭ୍ଲାଡିମିର୍ ପୁଟିନଙ୍କ ସମେତ ରୁଷିଆର ଅଧିକାରୀଙ୍କ ସହ ଏଲନ୍ ମସ୍କ ଏକାଧିକ ଥର ବାର୍ତ୍ତାଳାପ କରିଛନ୍ତି।

ଅକ୍ଟୋବରରେ ରୁଷିଆର ଅଧିକାରୀଙ୍କ ସହ ଏଲନ୍ ମସ୍କଙ୍କ ବାର୍ତ୍ତାଳାପର ରିପୋର୍ଟ ଅନୁସନ୍ଧାନ କରିବାକୁ ସିନେଟର ଜାନ ଶାହିନ୍ ଏବଂ ଜ୍ୟାକ୍ ରିଡ୍ ଆମେରିକାର ଆଟର୍ଣ୍ଣି ଜେନେରାଲ୍ ମେରିକ୍ ଗାରଲ୍ୟାଣ୍ଡ ଏବଂ ପେଣ୍ଟାଗନ୍ ଲ’ ଏନଫୋର୍ସମେଣ୍ଟ ଏଜେନ୍ସିଙ୍କୁ ଅନୁରୋଧ କରିଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.