Breaking News

ମନ୍ନତା, ସୃଷ୍ଟିଙ୍କ ନୂଆ ଜାତୀୟ ରେକର୍ଡ

ଦକ୍ଷିଣ ଆଫ୍ରିକାରେ ଆୟୋଜିତ କେଏନ୍‌ଜେଡ୍ ପ୍ରୋଭିଜିନାଲ୍ ସନ୍ତରଣ ଚାମ୍ପିଅନସିପ୍‌ରେ ଦୁଇ ଓଡ଼ିଆ ଝିଅ ମନ୍ନତା ମିଶ୍ର ଓ ସୃଷ୍ଟି ଉପାଧ୍ୟାୟ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରି ଇତିହାସ ରଚିଛନ୍ତି।

ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାରେ ଆୟୋଜିତ କେଏନ୍‌ଜେଡ୍ ପ୍ରୋଭିଜିନାଲ୍ ସନ୍ତରଣ ଚାମ୍ପିଅନସିପ୍‌ରେ ଦୁଇ ଓଡ଼ିଆ ଝିଅ ମନ୍ନତା ମିଶ୍ର ଓ ସୃଷ୍ଟି ଉପାଧ୍ୟାୟ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରି ଇତିହାସ ରଚିଛନ୍ତି। ମନ୍ନତା ୧୦୦ମିଟର ବ୍ରେଷ୍ଟ୍ ଷ୍ଟ୍ରୋକ୍‌ରେ ୧:୧୨.୯୦ ମିନିଟ୍ ସମୟ ନେଇ ପୂର୍ବରୁ ଥିବା ୧:୧୩:୧୩ ମିନିଟ୍‌ର କୀର୍ତ୍ତିମାନକୁ ଟପିଥିଲେ। ସେ ମଧ୍ୟ ଜାତୀୟ ମହିଳା ସନ୍ତରଣର ସର୍ବକନିଷ୍ଠ ଏବଂ ଓଡ଼ିଶାର ପ୍ରଥମ ଜାତୀୟ ସନ୍ତରଣ ରେକର୍ଡଧାରୀ ହୋଇଛନ୍ତି। ସେହିଭଳି ଏହି ପ୍ରତିଯୋଗିତାର ମହିଳା ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ନୂଆ ଜାତୀୟ ରେକର୍ଡ ନିଜ ନାଁରେ କରି ନେଇଛନ୍ତି। ୧:୦୨.୫୩ ମିନିଟ୍ ସମୟ ସହ ପୂର୍ବର ୧:୦୨.୭୮ ମିନିଟ୍ ସମୟକୁ ଅତିକ୍ରମ କରିଛନ୍ତି। ମହିଳା ସନ୍ତରଣର କୌଣସି ଜାତୀୟ ରେକର୍ଡ ହାସଲ କରିବାରେ ସୃଷ୍ଟି ମଧ୍ୟ ଓଡ଼ିଶାର ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଅନନ୍ୟ ସଫଳତା ଲାଗି ଓଡ଼ିଶା ସନ୍ତରଣ ସଂଘ ଏବଂ ସର୍ବଭାରତୀୟ ସନ୍ତରଣ ମହାସଂଘ ମନ୍ନତା ଓ ସୃଷ୍ଟିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.