Breaking News

ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା, ହେମଗିର ତହସିଲଦାର ନିଲମ୍ଵିତ

ସୁନ୍ଦରଗଡ଼, ୩୧/୧୧ : ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା ଲୋକଙ୍କୁ ଦୁଃବ୍ୟବହାର ଏବଂ କାର୍ଯ୍ୟରେ ଅବହେଳା। ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି। ନିୟମିତ ଭାବେ ଅଫିସକୁ ନଆସିବା, ତହସିଲକୁ ଆସୁଥିବା ଲୋକଙ୍କୁ ଦଃବ୍ୟବହାର ପ୍ରଦର୍ଶନ କରିବା ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସୂଚନାନୁଯାୟୀ, ହେମଗିରି ତହସିଲଦାର ନିୟମିତ ଭାବେ ଅଫିସକୁ ନଆସିବା, ତହସିଲକୁ ଆସୁଥିବା ଲୋକଙ୍କୁ ଦଃବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ଉତ୍ତରାଞ୍ଚଳ ରାଜସ୍ଵ କମିଶନର ଏହାର ତଦନ୍ତ କରି ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରଥିଲେ। ଏହି ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କର ଅତିରିକ୍ତ ମୁଖ୍ୟ ସଚିବ ତହସିଲଦାରଙ୍କୁ ନିଲମ୍ବିତ କରିଛନ୍ତି। ରାଜ୍ୟ ସରକାରଙ୍କ ରାଜସ୍ଵ ବିଭାଗ ଚିଠି ନମ୍ଵର RDM-DP-PM0041-2024-41851/ 29 NOV ରେ ନିଲମ୍ଵିତ କରାଯ।ଇଛି।

ହେମଗିର ବ୍ଲକରେ ବର୍ତ୍ତମାନ କୋଇଲା ଖଣି ଖୋଳା ଚାଲିଥିବା ବେଳେ ଜମିଜମା ସମ୍ପର୍କରେ ବିଭିନ୍ନ କାମ ପାଇଁ ପ୍ରତିଦିନ ଲୋକେ ତହସିଲ ଅଫିସକୁ ଆସୁଛନ୍ତି। ହେଲେ ତହସିଲଦାର ଅଫିସରେ ନରହିବା ଏବଂ ଲୋକଙ୍କୁ ଗାଳିଗୁଲଜ କରିବା ଭଳି କାମ କରୁଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ସୌଜନ୍ୟ-ପ୍ରମେୟ

Comments are closed.