Breaking News

ମହାକୁମ୍ଭରୁ ମାଲେମାଲ୍: ଡଙ୍ଗା ଚଳାଇ ୪୫ ଦିନରେ ୩୦ କୋଟି ରୋଜଗାର

ପ୍ରୟାଗରାଜ: ମାଲେମାଲ କରିଦେଲା ମହାକୁମ୍ଭ । ୪୫ ଦିନରେ ଗୋଟିଏ ପରିବାର ରୋଜଗାର କରିଛି କୋଟିଏ କି ଦୁଇ କୋଟି ନୁହେଁ ପୂରା ୩୦ କୋଟି । କଥାଟା ଯିଏ ବି ଶୁଣୁଛି ତାକୁ ଆଶ୍ଚର୍ଯ୍ଯ ଲାଗୁଛି, ମାତ୍ର ଏକଥା ସତ ଆଉ ଏହି ପରିବାରକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ପ୍ରଶଂସା କରିଛନ୍ତି । ବିଧାନସଭାରେ ମହାକୁମ୍ଭର ରୋଜଗାର କଥା କହିବା ବେଳେ ଏହି ପରିବାରର ଉଦାହରଣ ଦେଇଛନ୍ତି ଯୋଗୀ ।

ତେବେ ପ୍ରୟାଗରାଜ ଅରେଲରେ ରହୁଥିବା ମହରା ପରିବାର ମହାକୁମ୍ଭରୁ ୩୦ କୋଟି ରୋଜଗାର କରିଛି । ନାବିକ ପରିବାରରେ ମୋଟ ୫୦୦ଟି ଡଙ୍ଗା ଅଛି ଯାହା ମହାକୁମ୍ଭରେ ଯାତ୍ରୀଙ୍କୁ ବୁଲାଇବାରେ ନିୟୋଜିତ ଥିଲା । ଗୋଟିଏ ଡଙ୍ଗାରୁ ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କା ରୋଜଗାର ହୋଇଛି ଆଉ ପରିବାରର ସମସ୍ତଙ୍କ ରୋଜଗାର ମିଶିଗଲେ ଏହା ୩୦ କୋଟି ପହଞ୍ଚିଛି । ଏମିତି ଏକ ବଡ ରୋଜଗାର ପରେ ପରିବାର ଲୋକେ ଖୁସି ଅଛନ୍ତି ଆଉ ମିଠା ଖାଇ ଖୁସି ମନାଉଛନ୍ତି ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.