Breaking News

ମହାକୁମ୍ଭରେ ଅସମ୍ଭାଳ ଭିଡ଼: ୩୦୦ କିମି ଟ୍ରାଫିକ୍‌ ଜାମ୍‌

୧୨ ତାରିଖ ମାଘ ଶୁକ୍ଲ ପୂର୍ଣ୍ଣିମା ଓ ସଂକ୍ରାନ୍ତି ଉପଲକ୍ଷେ ସଙ୍ଗମରେ ଅମୃତସ୍ନାନ ଯୋଗ ପାଇବାକୁ ପ୍ରୟାଗରାଜକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହା ସହ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ...

ପ୍ରୟାଗରାଜ: ୧୨ ତାରିଖ ମାଘ ଶୁକ୍ଲ ପୂର୍ଣ୍ଣିମା ଓ ସଂକ୍ରାନ୍ତି ଉପଲକ୍ଷେ ସଙ୍ଗମରେ ଅମୃତସ୍ନାନ ଯୋଗ ପାଇବାକୁ ପ୍ରୟାଗରାଜକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହା ସହ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଲକ୍ଷ୍ୟ କରି ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ପରିସ୍ଥିତିରେ ମହାକୁମ୍ଭସ୍ଥଳକୁ ସଂଯୋଗ ସଡ଼କରେ ଟ୍ରାଫିକ୍‌ ଠପ୍‌ ହୋଇଯାଇଥିଲା। ସଡ଼କ ଉପରେ ପ୍ରାୟ ୩ଶହ କିମି ଧରି  ଗାଡ଼ିମୋଟର ଦୀର୍ଘ ସମୟ ଧରି ଅଟକି ରହିଛି। ଆଜି ଅପରାହ୍‌ଣ ସୁଦ୍ଧା ସଙ୍ଗମସ୍ଥଳରେ ୧ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି। ଆହୁରି ଅନେକ ସ୍ନାନ ନିମନ୍ତେ ଅପେକ୍ଷା କରିଛନ୍ତି।

ଭିଡ଼ ଯୋଗୁ ଗତକାଲି ଠାରୁ ସଙ୍ଗମସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ସଡ଼କ ପଥରେ ଟ୍ରାଫିକ ‌ଚଳାଚଳ ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ ଆଜି ଭୟାନକ ଟ୍ରାଫିକ୍‌ ଜାମ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିରୋଧୀ ରାଜନୈତିକ ଦଳ ବିଶେଷତଃ ସପା ମୁଖ୍ୟ ଅଖିଳେଶ ଯାଦବ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭୋକ, ଶୋଷ, ବେଦନା ଓ କ୍ଲେଶଗ୍ରସ୍ତ ଭକ୍ତମାନେ ଟ୍ରାଫିକ୍‌ ଜାମ୍‌ରେ ଫସିରହିଛନ୍ତି। ସେମାନଙ୍କ ପ୍ରତି ମାନବିକତା ଦୃଷ୍ଟିକୋଣରୁ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ। ସାଧାରଣ ଭକ୍ତମାନେ କ’ଣ ମଣିଷ ନୁହନ୍ତି କି? ‘ଏକ୍ସ’ରେ ଏକାଧିକ ପୋଷ୍ଟ ଜରିଆରେ ସେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଅଟକି ରହିଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମୁକ୍ତ କରିବାକୁ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.