Breaking News

ମହାକୁମ୍ଭରେ ମହାମହିମ: ତ୍ରିବେଣୀ ସଂଗମରେ ପକ୍ଷୀଙ୍କୁ ଦାନା ଖୁଆଇଲେ ରାଷ୍ଟ୍ରପତି

ପ୍ରୟାଗରାଜ: ମହାକୁମ୍ଭରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି । ତ୍ରିବେଣୀ ସଂଗମରେ ଆଜି ବୁଡ ପକାଇ ପବିତ୍ର ସ୍ନାନ କରିବେ ମହାମହିମ । ଏଥିପାଇଁ ସମସ୍ତ ବ୍ୟବସ୍ଥା ସରିଥିବା ବେଳେ ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ପ୍ରୟାଗରାଜରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ତେବେ ଏହା ପରେ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ସେଠାରେ ସେ ବିଦେଶାଗତ ପକ୍ଷୀଙ୍କୁ ଦାନା ଖୁଆଇଛନ୍ତି । ରାଷ୍ଟ୍ରପତିଙ୍କ ହାତରୁ ଦାନା ଖାଇବାକୁ ସଙ୍ଗମରେ ପକ୍ଷୀଙ୍କ ସମାଗମ ହୋଇଛି । ତେବେ ରାଷ୍ଟ୍ରପତିଙ୍କ ସହ ୟୁପି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ପକ୍ଷୀଙ୍କୁ ଦାନା ଦେଉଛନ୍ତି । ଆଉ କିଛି ସମୟ ପରେ ତ୍ରିବେଣୀରେ ସ୍ନାନ କରିବେ ରାଷ୍ଟ୍ରପତି ।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.