Breaking News

ମହାକୁମ୍ଭର ଶାହିସ୍ନାନ

ସାଧୁସନ୍ଥମାନଙ୍କୁ ସାଧାରଣତଃ ଶ୍ରଦ୍ଧା ଓ ସମ୍ମାନ ସହିତ ‘ମହାରାଜ’ ସମ୍ବୋଧନ କରାଯାଇଥାଏ। ରାଜା ବା ମହାରାଜାଙ୍କର ଅନ୍ୟ ସମ୍ମାନଜନକ ସମ୍ବୋଧନ ‘ସ୍ବାମୀ’ ବା ‘ଶାହ’। ସମ୍ଭବତଃ ସେଥିରୁ ସୃଷ୍ଟି ହୋଇଛି କୁମ୍ଭଯୋଗର ‘ଶାହି’ସ୍ନାନ। ଏହା କୁମ୍ଭମେଳାର ପ୍ରମୁଖ ଅନୁଷ୍ଠାନ।

ସାଧୁସନ୍ଥମାନଙ୍କୁ ସାଧାରଣତଃ ଶ୍ରଦ୍ଧା ଓ ସମ୍ମାନ ସହିତ ‘ମହାରାଜ’ ସମ୍ବୋଧନ କରାଯାଇଥାଏ। ରାଜା ବା ମହାରାଜାଙ୍କର ଅନ୍ୟ ସମ୍ମାନଜନକ ସମ୍ବୋଧନ ‘ସ୍ବାମୀ’ ବା ‘ଶାହ’। ସମ୍ଭବତଃ ସେଥିରୁ ସୃଷ୍ଟି ହୋଇଛି କୁମ୍ଭଯୋଗର ‘ଶାହି’ସ୍ନାନ। ଏହା କୁମ୍ଭମେଳାର ପ୍ରମୁଖ ଅନୁଷ୍ଠାନ। ଏଥିରେ ବିଭିନ୍ନ ପବିତ୍ର ତିଥିରେ ବିଭିନ୍ନ ମଠର ମହନ୍ତ, ଶଙ୍କରାଚାର୍ଯ୍ୟ ଓ ବିଭିନ୍ନ ‘ଆଖଡ଼ା’ର ଅଧିକାରୀ ସାଧୁ, ସନ୍ଥମାନେ ସ୍ନାନ କରିଥାନ୍ତି। ପରମ୍ପରା ବା ଗୁରୁତ୍ବ ଅନୁକ୍ରମେ ସେହି ସ୍ନାନର ତିଥି ନିର୍ଦ୍ଧାରଣ କରାଯାଇଥାଏ। ସେହି ପୁଣ୍ୟ ତିଥିରେ ସାଧାରଣ ତୀର୍ଥଯାତ୍ରୀ ବା ଭକ୍ତ ମଧ୍ୟ ସ୍ନାନ କରିଥାନ୍ତି। ବିଶ୍ବାସ କରାଯାଏ ଯେ ତାହା ଫଳରେ ସେମାନଙ୍କର ଯଦି କିଛି କଳୁଷ, କାଳିମା ଥାଏ, ତାହା ଧୋଇଯାଏ।

ଲକ୍ଷ୍ୟ କରାଯାଏ, ଯେ ଏହି ସାଧୁ, ସନ୍ଥ, ମହନ୍ତମାନେ ବିରାଟ ପଟୁଆରରେ ନିର୍ଦ୍ଦିଷ୍ଟ ତିଥିରେ ସ୍ନାନ ନିମନ୍ତେ କୁମ୍ଭସ୍ନାନ ସ୍ଥଳକୁ ଆସିଥାନ୍ତି। କଥିତ ଅଛି, ରବି (ସୂର୍ଯ୍ୟ) ଓ ଗୁରୁ (ବୃହସ୍ପତି)ଙ୍କ ପରି ରାଜଗ୍ରହଙ୍କର ସ୍ଥିତିର ବିଚାରରେ ଏହି ‘ଶାହିସ୍ନାନ’ର ତିଥି ନିର୍ଦ୍ଧାରିତ ହୋଇଥାଏ। ସେହି ତିଥିରେ ସ୍ନାନ ଫଳରେ ଆଧ୍ୟାତ୍ମିକ ବିକାଶ ଓ ଦିବ୍ୟ ଶୁଦ୍ଧି ପ୍ରାପ୍ତି ହୁଏ। ପୌଷପୂର୍ଣ୍ଣିମା ଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ଏଥରର ମହାକୁମ୍ଭରେ, ଶେଷ ତିଥି ଶିବରାତ୍ରି ପର୍ଯ୍ୟନ୍ତ ମୋଟ ଛଅଟି ‘ଶାହିସ୍ନାନ’ର ବିଧାନ ଅଛି। ପୌଷପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା ଓ ଶ୍ରୀପଞ୍ଚମୀ ପରେ, ଶେଷ ଦୁଇ ‘ଶାହିସ୍ନାନ’ ମାଘପୂର୍ଣ୍ଣିମା ଓ ମହାଶିବରାତ୍ରିରେ ସଂପନ୍ନ ହେଉଛି। ଏହାପରେ, ଆଗାମୀ ୨୦୨୭ ମସିହାରେ ନାସିକ ଠାରେ ଏବଂ ୨୦୨୮ ମସିହାରେ ଉଜ୍ଜୟିନୀଠାରେ, କୁମ୍ଭମେଳାର  ‘ଶାହିସ୍ନାନ’ ସଂପନ୍ନ ହେବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.