Breaking News

ମହାକୁମ୍ଭ ସରିବା ପରେ ଡଙ୍ଗା ଚାଳକ ଓ ସଫେଇ କର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ଯୋଗୀ ସରକାର

ପ୍ରୟାଗରାଜ: ୪୫ ଦିନ ଚାଲିଥିବା ମହାକୁମ୍ଭ ୨୦୨୫ର ସମାପନ ମହାଶିବରାତ୍ରୀକୁ ହୋଇଛି । ତଥାପି  ପ୍ରୟାଗରାଜର ତ୍ରୀବେଣୀ ସଙ୍ଗମରେ ପବିତ୍ର ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦୀତ୍ୟନାଥ ଅଧିକାରୀ, କର୍ମଚାରୀ ଏବଂ ସଂସ୍ଥାମାନଙ୍କୁ ସମ୍ମାନୀତ କରିଛନ୍ତି । ମହାକୁମ୍ଭର ସମାଗମ ପରେ ଯୋଗୀ  ଡ଼ଙ୍ଗା ଚାଳକଙ୍କ ସହ ଆଲୋଚନା କରିଛନ୍ତି । ଯୋଗୀ କହିଛନ୍ତି ପଞ୍ଜିକରଣ ପରେ ପ୍ରତ୍ୟେକ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆ ଯିବ। ଡଙ୍ଗା କିଣିବା ପାଇଁ ଧନରାଶି ଦିଆଯିବ । ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।

ମହାକୁମ୍ଭ ସରିବା ପରେ ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚି ଗଙ୍ଗାର ଅରୈଲ ଘାଟ  ସଫା କରୁଥିବାର ନଜର ଆସିଥିଲେ । ଏହା ପରେ ସିଏମ ଯୋଗୀ ମହାକୁମ୍ଭରେ ଲୋକଙ୍କୁ ସେବା କରୁଥିବା ସଫେଇକର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ନାବିକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ମହାକୁମ୍ଭ ଲାଗିଥିବା ବେଳେ ପ୍ରତ୍ୟେକ ଦିନ କୋଟି କୋଟି ଲୋକ ଆସି ପହଞ୍ଚିଥାଆନ୍ତି । ଏତେ ବିଶାଳ  ସମାଗମ  ବିଶ୍ବ ମଧ୍ୟରେ କେଉଁଠି ବି କେବେ ବି ହୋଇନଥିଲା । ୬୬ କୋଟି ୩୦ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହେବା ଏବଂ  କିଛି ବି ପ୍ରକାରର ଅପହରଣ ମାମଲା, ଲୁଟ୍‌ ଘଟଣା, ହଇରାଣ ହରକତ ଘଟଣା ପରି ଘଟଣା ଘଟିନାହିଁ। ଆମେ ପ୍ରାଥମିକତା କୁ ଧ୍ୟାନରେ ରଖି ଥିଲୁ । ଏବଂ ଶ୍ରଦ୍ଧାଳୁଙ୍କ ସୁବିଧାକୁ ମଧ୍ୟନଜରରେ ରଖି ପ୍ରତ୍ୟେକ କାମ କରାଯାଇଛି ବୋଲି ଯୋଗୀ କହିଛନ୍ତି ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.