Breaking News

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସସପେନ୍ସ । ଆଜି ନାଁ ଘୋଷଣା ନେଇ ଆସିପାରେ ସ୍ପଷ୍ଟ ଚିତ୍ର ।

ପୁଣି ବସିବ ମହାୟୁତିର ବଡ଼ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିପାରେ ମୋହର । ଏକନାଥ ସିନ୍ଦେଙ୍କ ପୁଅ ଶ୍ରିକାନ୍ତ ସିନ୍ଦେ ହୋଇପାରନ୍ତି ଉପମୁଖ୍ୟନ୍ତ୍ରୀ । ଘୋଷଣା କରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

କନକ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ? ଏହା ଉପରୁ ଆଜି ଉଠିବ ସସପେନ୍ସ । ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ହୋଇପାରେ ଘୋଷଣା । ମହାୟୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ବିଜେପି, ଏନସିପି ଓ ଶିବସେନାର ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିବ । ଏନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସୁସ୍ଥ ହେବା ପରେ ଏଭଳି ସୂଚନା ଦେଇଛନ୍ତି ଏକନାଥ ସିନ୍ଦେ । ମହାୟୁତି ମଧ୍ୟରେ ସବୁକିଛି ଠିକଠାକ ରହିଛି । ଏହାପୂର୍ବରୁ ଏନସିପି ମୁଖ୍ୟ ଅଜିତ ପାୱାର ସ୍ପଷ୍ଟ କରିଛନ୍ତି, ବିଜେପି ଖାତାକୁ ମୁଖ୍ୟମନ୍ତ୍ରୀ ଆସନ ଯିବ । ସେହିଭଳି ଏନସିପି ଓ ଶିବସେନା ପାଖରେ ରହିବ ଉପମୁଖ୍ୟମନ୍ତ୍ରୀ ପଦ । ପୁରୁଣା ଫର୍ମୁଲାରେ ନୂଆ ମହାୟୁତି ସରକାର ଗଠନ ହେବ । ଏନସିପି ପକ୍ଷରୁ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶିବସେନା ପକ୍ଷରୁ ଏହି ପଦ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କ ହାତକୁ ଆସିବା ନେଇ ଚର୍ଚ୍ଚା ବଢ଼ିଛି ।
ସୌଜନ୍ୟ-କନକ

Comments are closed.