Breaking News

ମହାରାଷ୍ଟ୍ର ରାଜନୀତି: ମୁଖ୍ୟମନ୍ତ୍ରୀ ପାଇଁ ସସପେନ୍ସ ଜାରି । ପର୍ଯ୍ୟବେକ୍ଷକ ରୁପାଣି କହିଲେ, ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ

ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ୧୦ ଦିନ ବିତିଲାଣି। କିନ୍ତୁ ଏଯାଏଁ ମୁଖ୍ୟମନ୍ତ୍ରୀ ନାଁରେ ମୋହର ବାଜିପାରୁନି। କିଏ ମୁଖ୍ୟମନ୍ତ୍ରୀ ପଦରେ ବସିବ ତାହାକୁ ନେଇ ଏବେ ବି ସସପେନ୍ସ। ବିଜେପି ମୁଖ୍ୟମନ୍ତ୍ରୀ ଆସନ ହାତେଇବ ଏହା ପ୍ରାୟତଃ ସ୍ପଷ୍ଟ ହୋଇସାରିଛି। ବିଜେପି ମୁଖ୍ୟମନ୍ତ୍ରୀ ପଦ ହାତେଇବ ବୋଲି ଅଜିତ ପାୱାର ସଂକେତ ଦେଇଥିବା ବେଳେ ମୋଦୀ ଓ ଶାହାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି।

କନକବ୍ୟୁରୋ : ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ୧୦ ଦିନ ବିତିଲାଣି। କିନ୍ତୁ ଏଯାଏଁ ମୁଖ୍ୟମନ୍ତ୍ରୀ ନାଁରେ ମୋହର ବାଜିପାରୁନି। କିଏ ମୁଖ୍ୟମନ୍ତ୍ରୀ ପଦରେ ବସିବ ତାହାକୁ ନେଇ ଏବେ ବି ସସପେନ୍ସ । ବିଜେପି ମୁଖ୍ୟମନ୍ତ୍ରୀ ଆସନ ହାତେଇବ ଏହା ପ୍ରାୟତଃ ସ୍ପଷ୍ଟ ହୋଇସାରିଛି । ବିଜେପି ମୁଖ୍ୟମନ୍ତ୍ରୀ ପଦ ହାତେଇବ ବୋଲି ଅଜିତ ପାୱାର ସଂକେତ ଦେଇଥିବା ବେଳେ ମୋଦୀ ଓ ଶାହାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ।

କେବଳ ମୁଖ୍ୟମନ୍ତ୍ରୀ ପଦ ନୁହେଁ ବରଂ ଉପ-ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ତାହା ଉପରୁ ପରଦା ହଟିନି । କିନ୍ତୁ ବିଜେପି ରାଜ୍ୟ ସଭାପତି ସ୍ପଷ୍ଟ କରିଛନ୍ତି ୫ ତାରିଖରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏସବୁ ଭିତରେ ମହାରାଷ୍ଟ୍ରରେ ମହାୟୁତିର ବୈଠକ ହୋଇପାରୁନି । କେଉଁ ବିଭାଗ କାହା ପାଖରେ ରହିବ ସେନେଇ ଅଙ୍କ ଛିଣ୍ଡୁନି ।

ଗୋଟିଏ ପଟେ ଏକନାଥ ସିନ୍ଦେ ଅସୁସ୍ଥ ଥିବାରୁ ମହାୟୁତି ବୈଠକ ଟଳିଛି । ଅନ୍ୟପଟେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଦିଲ୍ଲୀ ଗସ୍ତ ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି ।

ସୌଜନ୍ୟ-କନକ

Comments are closed.