ଦେଶ ବିଦେଶ

Indigo Flight Threat: ଦିଲ୍ଲୀ-ବାଗଡୋଗ୍ରା ଇଣ୍ଡିଗୋ ବିମାନକୁ ବୋମା ଧମକ, ଲକ୍ଷ୍ନୌରେ ଜରୁରୀ ଅବତରଣ

ରବିବାର ଦିଲ୍ଲୀରୁ ବାଗଡୋଗ୍ରା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୬୬୫୦କୁ ବୋମା ଧମକ ମିଳିଥିଲା। ବିମାନର ଶୌଚାଳୟରେ ଥିବା ଟିସୁ ପେପରରେ ବୋମା ସମ୍ପର୍କିତ ଏକ ବାର୍ତ୍ତା ମିଳିଥିଲା।

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରୁ ବାଗଡୋଗ୍ରା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୬୬୫୦କୁ ବୋମା ଧମକ ମିଳିଥିଲା। ବିମାନର ଶୌଚାଳୟରେ ଥିବା ଟିସୁ ପେପରରେ ବୋମା ସମ୍ପର୍କିତ ଏକ ବାର୍ତ୍ତା ମିଳିଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ ବିମାନଟି ଲକ୍ଷ୍ନୌରେ ଜରୁରିକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ୨୩୦ ଜଣ ଯାତ୍ରୀ ଥିଲେ। ଏସିପି ରଜନୀଶ ବର୍ମାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ବିମାନରେ ଖୋଜାଖୋଜି କରାଯାଉଛି।

ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବା ପରେ ତୁରନ୍ତ ବିମାନଟିକୁ ଆଇସୋଲେସନ ବେରେ ପାର୍କିଂ କରାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଓ ସିଆଇଏସ୍‌ଏଫ୍‌ ଟିମ୍ ଏକ ବିସ୍ତୃତ ଅନୁସନ୍ଧାନ ଆରମ୍ଭ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇ ସ୍କ୍ରିନିଂ କରାଯାଇଥିଲା। କିନ୍ତୁ ଏ ଯାବତ୍ କୌଣସି ବୋମା ଥିବାର ଜଣାପଡ଼ି ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button