ଓଡିଶା

ମାଓ ପ୍ରବଣ ଅଞ୍ଚଳରେ ଲାଗିଲା ପୋଷ୍ଟର, ୧୮ ଟପ୍ ନେତାଙ୍କ ନାଁରେ ୮ କୋଟି ୪୦ ଲକ୍ଷର ପୁରସ୍କାର ରାଶି

ବାଲିଗୁଡ଼ା ୨୨।୧୨: ମାଓ ପ୍ରବଣ କନ୍ଧମାଳର କୋଟଗଡ଼ ଓ ବାଲିଗୁଡାରେ ପୋଷ୍ଟର ଲଗାଇଲା ପୋଲିସ। ମାଓବାଦୀଙ୍କୁ ଧରନ୍ତୁ, ପୁରସ୍କାର ପାଆନ୍ତୁ l ଏମିତି କିଛି ଲେଖାଥିବା ପୋଷ୍ଟର ମାରିଛି କନ୍ଧମାଳ ପୋଲିସ । ୧୮ ଜଣ ଟପ୍ ମାଓନେତାଙ୍କ ନାଁରେ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ପୋଷ୍ଟର ଲଗାଯାଇଛି । ଏହି ତାଲିକାରେ ଟପ୍ ମାଓ ନେତା କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଷ ମୁଣ୍ଡରେ ସର୍ବାଧିକ ୨ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି।

ସେହିପରି ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ସୁଦର୍ଶନ, ନିଖିଲ, ଅଙ୍କିତା, ଶୁକ୍ରୁ ଓ ନୀତାଙ୍କ ମୁଣ୍ଡରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି । ପ୍ଲାଟୁନ୍ କମାଣ୍ଡର ଶୀଲା, ରେଣୁଙ୍କ ନାମରେ ୩୨ ଲକ୍ଷ ୫୦ ହଜାର ରହିଥିବା ବେଳେ ଡିଭିଜିନାଲ କମିଟି ସଦସ୍ୟ ମମତା, ନକୁଳ, ଅନୁପା ଆକାଶ, ବିକାଶ ଅଞ୍ଜୁ, ଓଟି ବଳଦେବ, ମଙ୍ଗେସ୍, ବାବୁ, ମନୋଜଙ୍କ ନାଁରେ ୩୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଜିଲ୍ଲାର ମାଓ ପ୍ରବଣ କୋଟଗଡ଼ , ତୁମୁଡ଼ିବନ୍ଧ ଥାନା ପାରିଗଡ, ସୁବର୍ଣ୍ଣଗିରୀ, ଶ୍ରୀରାମପୁର, ସିର୍ଲ୍ଲା, ବଣ୍ଡା ପିପିଲି, ଦୁର୍ଗା ପାଙ୍ଗା ଓ ବାଲିଗୁଡା ବ୍ଲକ ର ବାରଖମା, ସୁଡ୍ରl, ଗଟାଙ୍ଗି, କମ୍ବାରକିଆ, ମେଲସିକିଆ, ଡାକା, ପୋଖରୀବନ୍ଧ ଆଦି ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ଓଡିଶା ପୋଲିସ ନାମରେ ଏହି ପୋଷ୍ଟରକୁ ଲଗାଯାଇଛି। ପୋଷ୍ଟରରେ ଦୁଇଟି ଯୋଗାଯୋଗ ନମ୍ବର ଦିଆଯାଇଥିବା ବେଳେ ସୂଚନା ପ୍ରଦାନକାରୀଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ଉଲ୍ଲେଖ ରହିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button