ଦିଗପହଣ୍ଡି,୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚଳିତ ବର୍ଷ ମାଟ୍ରିକ ବୋର୍ଡ଼ ବାର୍ଷିକ ପରୀକ୍ଷାରେ ଏ- ୧ ଗ୍ରେଡ଼ରେ ସଫଳତା ହାସଲ କରିଥିବା କୃତି ଛାତ୍ରୀଛାତ୍ରମାନଙ୍କୁ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଚଳିତ ବର୍ଷ ବିଦ୍ୟାମନ୍ଦିରର ସମୁଦାୟ ୮୮ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ। ପାସ୍ ହାର ଶତ ପ୍ରତିଶତ ରହିଥିବା ବେଳେ ୯ ଛାତ୍ରୀଛାତ୍ର ଏ-୧ ଗ୍ରେଡ ରଖି ସଫଳତା ହାସଲ କରିଛନ୍ତି । ଛାତ୍ର ଅଭିଷେକ ଗୌଡ଼ ଦିଗପହଣ୍ଡି ବ୍ଳକ ଟପ୍ପର ହୋଇ ବିଦ୍ୟାମନ୍ଦିର ପାଇଁ ଗୈାରବ ଆଣିଛନ୍ତି ।
ଏହି ଅବସରରେ ବିଦ୍ଯା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚାଲିଥିବା ରାଜ୍ୟ ସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିରକୁ ସମସ୍ତ କୃତି ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର ଏବଂ ଷଷ୍ଠୀ ପ୍ରସାଦ ବିଷୋୟୀ , ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ବିଷୋୟୀ, ସମ୍ପାଦକ ପ୍ରହଲ୍ଲାଦ ଡାକୁଆଙ୍କ ଉପସ୍ଥିତିରେ ଶିକ୍ଷା ବିକାଶ ସମିତିର ସମ୍ପାଦକ ଡ. କିଶୋର ଚନ୍ଦ୍ର ମହାନ୍ତି ଯୋଗଦେଇ କୃତି ଛାତ୍ରୀଛାତ୍ର ଅଭିଷେକ ଗୈାଡ, ଶୁଭମ ଜାନୀ, ଆଲିଶା ମହାରଣା, ଏମ୍. ରାହୁଲ, ଶୁଭସ୍ମିତା ପଣ୍ଡା, ସୁଦେଷ୍ଣା ରାଉତ, ଅନ୍ୱେଷା ନାହାକ, କେ . ହିମାଂଶୁ ରେଡ୍ଡୀ ଏବଂ ଜ୍ୟୋତିରଞ୍ଜନ ଗୈାଡଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆର୍ଶୀବାଦ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିର ପରିଚାଳନା ସମିତିର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା, ଆଚାର୍ଯ୍ୟା ଆଚାର୍ଯ୍ୟ ଉପସ୍ଥିତ ଥିଲେ।
ସୌଜନ୍ୟ ଧରିତ୍ରୀ

