ମାତିଛି ଭାଇରସ୍ ! ବିଲେଇ ବଂଶକୁ ଖାଇଗଲାଣି ଅଜଣା ରୋଗ

ଭୁବନେଶ୍ଵର: ମାଡୁଛି ଅଜଣା ରୋଗ। ବିଲେଇ ବଂଶ ପଦା କରୁଛି ଭାଇରସ୍। ପ୍ରାଣୀ ଚିକିତ୍ସାଳୟରେ ପୋଷା ରୋଗିଣା ବିଲେଇଙ୍କ ଭିଡ଼। ଚିକିତ୍ସକ ଆଣ୍ଟି ବାୟୋଟିକ୍ ଇଞ୍ଜେକ୍ସନ ଦେଇ ଛାଡୁଛନ୍ତି । କିନ୍ତୁ ତାହା କାମ ଦେଉନି। ୨-୩ ଦିନ ଭିତରେ ଆଖି ବୁଜି ଦେଉଛନ୍ତି। କେବଳ ଭାକ୍ସିନ ନେଇଥିବା ବିଲେଇ ଏଥିରୁ ବିଲେଇ ଯାଉଛନ୍ତି। ରୋଗାକ୍ରାନ୍ତ ବିଲେଇର ଲକ୍ଷଣ ଦେଖି ଏହା ମାରାତ୍ମକ କାଲିସି ଭାଇରସ୍ ଦ୍ୱାରା ହେଉଛି ବୋଲି ପ୍ରାଣୀ ଚିକିତ୍ସକ କହୁଛନ୍ତି।
ଭୂତାଣୁରେ ଆକ୍ରାନ୍ତ ବିଲେଇକୁ ପ୍ରଥମେ ପ୍ରବଳ ଜ୍ଵର ହେଉଛି। ଏହାପରେ ସେ ଖାଇବା ପିଇବା ଛାଡ଼ି ଦେଉଛି। ନାକ, ପାଟିରୁ ହଳଦିଆ ରଙ୍ଗର ଶ୍ରାବ ଅନବରତ ଗଳୁଛି । ପାଟି ଓ ତଣ୍ଟିରେ ଘା ହୋଇଯାଉଛି। ବିଲେଇ ନଖାଇ ନପିଇ ଅଣନିଃଶ୍ଵାସୀ ହୋଇ ୩ ଦିନ ଭିତରେ ମରିଯାଉଛି। ଅନେକଙ୍କ ଘରୁ ପୋଷା ବିଲେଇ ସମୂଳେ ବିନାଶ ହୋଇଗଲେଣି। ୨ ଦିନ ତଳେ ସୁନ୍ଦରପଦାରେ ଜଣେ ବ୍ୟକ୍ତିଙ୍କର ୭ଟି ପୋଷା ବିଲେଇ ଏହି ରୋଗରେ ଆକ୍ରାନ୍ତ ହୋଇ ମରିଗଲେ।
ପୋଖରୀପୁଟରେ ଜଣେ ଲୋକଙ୍କ ୧୩ଟି ପୋଷା ବିଲେଇ ଥିଲେ। ସମସ୍ତେ ଭୂତାଣୁ ଆକ୍ରାନ୍ତ ହୋଇ ଶୋଇଲେ । ବିଲେଇଙ୍କ ଚିକିତ୍ସା ପାଇଁ ସେ ଘରକୁ ଏକାଧିକ ପ୍ରାଣୀ ଚିକିତ୍ସକଙ୍କୁ ଡାକିଲେ। ଇଞ୍ଜେକ୍ସନ, ଔଷଧ ପ୍ରୟୋଗ କଲେ। କିନ୍ତୁ ମାତ୍ର ୨ଟି ବିଲେଇ ବଞ୍ଚିଲେ। ବାକିତକ ଠକ୍ କ୍ ମରିଗଲେ। ପୋଷା ବିଲେଇ ବାଦ୍ ଏହି ଭୂତାଣୁ ବୁଲା ବିଲେଇଙ୍କ କାଳ ସାଜିଛି। ଅନେକ ବୁଲା ବିଲେଇ ଏଣେତେଣେ ମରି ପଡୁଥିବା ଦେଖାଯାଉଛି। ଏହି ଭୂତାଣୁରୁ ବିଲେଇଙ୍କୁ ରକ୍ଷା କରିବାକୁ ହେଲେ ଛୁଆ ବେଳୁ ସେମାନଙ୍କୁ ଭକ୍ତିନ ଦେବାକୁ ପଡ଼ିବ। ଭାକ୍ଟିନ ନ ନେଇଥିବା ବିଲେଇ ଆକ୍ରାନ୍ତ ହେଲେ ବଞ୍ଚିବା ଆଶା କ୍ଷୀଣ ବୋଲି ପ୍ରାଣୀ ଚିକିତ୍ସକ ଦୀପକ କୁମାର ରଥ କହିଛନ୍ତି।
ସୌଜନ୍ୟ Prameya News7




