ମାନ୍ଧାନାଙ୍କ ବିଶ୍ବ କୀର୍ତ୍ତିମାନ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍‌ ଦଳର ରନ୍‌ ମେସିନ୍ ସ୍ମୃତି ମାନ୍ଧାନା ପୁଣି ଏକ ବିଶ୍ବ କୀର୍ତ୍ତିମାନ ହାସଲ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରେ ଏକ କ୍ୟାଲେଣ୍ଡର ବର୍ଷରେ ମାନ୍ଧାନା ସର୍ବାଧିକ ରନ୍‌ କରିଛନ୍ତି। ୨୦୨୫ରେ ସମସ୍ତ ଫର୍ମାଟକୁ ମିଶାଇ ମାନ୍ଧାନା ୩୨ଟି ଆନ୍ତର୍ଜାତିକ ଇନିଂସରୁ ବିଶ୍ବ କୀର୍ତ୍ତିମାନ ୧,୭୦୩ ରନ୍‌ କରିଛନ୍ତି। ମାନ୍ଧାନା ନିଜର ବିଶ୍ବ କୀର୍ତ୍ତିମାନ ହିଁ ଭାଙ୍ଗିଛନ୍ତି। ୨୦୨୪ରେ ମାନ୍ଧାନା ୧,୬୫୯ ରନ୍‌ କରିଥିଲେ। ଦୁଇ ବର୍ଷରେ ମୋଟ ୩,୩୬୨ ରନ୍‌ କରିବା ସହ ମାନ୍ଧାନା ବିଶ୍ବର ଚତୁର୍ଥ ମହିଳା ବ୍ୟାଟର ଭାବେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ପୁଣି ମହିଳା ଟ୍ବେଣ୍ଟି୨୦ରେ ନ୍ୟୁଜିଲାଣ୍ଡର ସୁଜି ବେଟ୍‌ସ (୪୭୧୬)ଙ୍କ ପରେ ସ୍ମୃତି ମାନ୍ଧାନା ଦ୍ବିତୀୟ ସର୍ବାଧିକ ୪,୧୦୨ ରନ୍‌ କରିଛନ୍ତି। ପୁଣି ମହିଳା ଦିନିକିଆରେ ମାନ୍ଧାନା ବିଶ୍ବର ୬ଷ୍ଠ ସର୍ବାଧିକ ରନ୍‌ ସ୍କୋରର୍। ପୁଣି ୨୦୨୫ରେ ସ୍ମୃତି ମାନ୍ଧାନା ୨୩ଟି ଦିନିକିଆ ମ୍ୟାଚ୍‌ରୁ ୫ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ବିଶ୍ବରେ ସର୍ବାଧିକ ୧,୩୬୨ ରନ୍‌ କରିଛନ୍ତି। ପୁଣି ୨୦୨୫ରେ ମାନ୍ଧାନା ଦିନିକିଆରେ ପ୍ରଥମେ ୧୦୦୦ ରନ୍‌ ପୂରଣ କରିଥିଲେ; ପରେ ଦକ୍ଷିଣ ଆଫ୍ରିକାର ଲୌରା ୱଲ୍‌ଭାର୍ଟ ମଧ୍ୟ ଏହି କୃତିତ୍ବ ହାସଲ କରିଥିଲେ।

 

ସୌଜନ୍ୟ ସମ୍ବାଦ