ରାଶିଫଳ

ମାର୍ଚ୍ଚ ୧୨ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ସମାଜରେ ଗ୍ରହଣୀୟତା ବଢ଼ିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉତ୍ତମ ପ୍ରଦର୍ଶନ କରିବା ସହ ଆୟର ନୂତନ ପନ୍ଥା ଉନ୍ମୁକ୍ତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ।

ବୃଷ- ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଶୁଭ ଅଟେ ଏବଂ ବ୍ୟବସାୟରୁ ଆୟ ଭଲ ହେବ। ଶିକ୍ଷା କ୍ଷେତ୍ରରେ ନୂତନ ଜ୍ଞାନ ଆହରଣ କରିବାର ସୁଯୋଗ ମିଳିବ ଏବଂ ପାରିବାରିକ ସୁଖ ଶାନ୍ତି ବଜାୟ ରହିବ। ନିବେଶ କରିବା ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ଅଟେ।

ମିଥୁନ- କୌଣସି ପୁରୁଣା କଥାକୁ ନେଇ ମନରେ ଦୁଃଖ ବା ମନସ୍ତାପ ଆସିପାରେ ତେଣୁ ଅତୀତ କଥା ଚିନ୍ତା କରନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ମନ ଅସ୍ଥିର ରହିପାରେ ଏବଂ ଆୟ ସୀମିତ ରହିବ। ନିଜର ଆତ୍ମବିଶ୍ୱାସ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।

କର୍କଟ- କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିବ ଏବଂ ଆପଣଙ୍କର ପଦୋନ୍ନତି ହେବାର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅପୂର୍ବ ସଫଳତା ପାଇବେ ଏବଂ ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିବ। ମନ ଖୁସି ରହିବା ସହ ନୂତନ ଦାୟିତ୍ୱ ମିଳିପାରେ।

ସିଂହ- ବିଭିନ୍ନ ସୂତ୍ରରୁ ହଠାତ୍ ଧନଲାଭ ହେବାର ସମ୍ଭାବନା ଅଛି। ଯାହା ଆପଣଙ୍କ ଆର୍ଥିକ ସମସ୍ୟା ଦୂର କରିବ। ଶିକ୍ଷା କ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ଆଶାୟୀ ଥିବା ବ୍ୟକ୍ତି ଶୁଭଫଳ ପାଇବେ। ଦୀର୍ଘ ଦିନରୁ ଅଟକି ରହିଥିବା ବକେୟା ଟଙ୍କା ଫେରି ପାଇପାରନ୍ତି।

କନ୍ୟା- ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି କର୍ମେ ସୁଖୀ ହେବେ ଏବଂ ମନରେ ସନ୍ତୋଷ ଭାବ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରଶଂସିତ ହେବେ ଏବଂ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଯୋଜନା କରିପାରନ୍ତି। ଆୟ ବୃଦ୍ଧି ହେବାର ଉତ୍ତମ ଯୋଗ ଅଛି।

ତୁଳା- ସଫଳତା ଦେଖି କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି ତେଣୁ ସତର୍କ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ଏକାଗ୍ରତାର ଅଭାବ ଦେଖାଦେଇପାରେ ଏବଂ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇପାରେ। ନିଜର ଗୁପ୍ତ ତଥା ମୂଲ୍ୟବାନ ଜିନିଷ ପ୍ରତି ଯତ୍ନବାନ ହୁଅନ୍ତୁ।

ବିଛା- ଘାତ ଚନ୍ଦ୍ର ରହିଥିଲେ ମଧ୍ୟ ଦୂର ସ୍ଥାନରୁ କୌଣସି ଖୁସି ଖବର ମିଳିବାର ଯୋଗ ଅଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଆଶାଜନକ ଫଳ ପାଇବେ ଏବଂ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଯାତ୍ରା ସମୟରେ ସାମାନ୍ୟ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ- କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୁଯୋଗ ରହିଛି କିମ୍ବା ଉପହାର ସ୍ୱରୂପ କିଛି ପାଇପାରନ୍ତି। ଆର୍ଥିକ ଦିଗଟି ସୁଦୃଢ଼ ରହିବା ସହ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୃତିତ୍ୱ ହାସଲ କରିବେ। ଦାମ୍ପତ୍ୟ ଜୀବନ ମଧୁର ହେବ।

ମକର- ଘାତବାର ରହିଥିବାରୁ ପିତୃ କଷ୍ଟ ବା ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ। ଶିକ୍ଷା କ୍ଷେତ୍ରରେ ବାଧା ଉପୁଜିପାରେ ଏବଂ କୌଣସି ବିପଦଜନକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ। ଆର୍ଥିକ ନେଣଦେଣ କରିବା ସମୟରେ ବିଶେଷ ସାବଧାନ ରୁହନ୍ତୁ।

କନ୍ୟା- ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ ଏବଂ ଆପଣଙ୍କୁ ଉଚିତ୍ ସମ୍ମାନ ଲାଭ ହେବ। ଶିକ୍ଷା କ୍ଷେତ୍ରରେ ଗୁରୁଜନଙ୍କ ଆଶୀର୍ବାଦ ମିଳିବ ଏବଂ ଆୟର ପନ୍ଥା ସୁଗମ ହେବ। ବନ୍ଧୁମାନଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ।

ମୀନ- ଆପଣ ନିଜର ପସନ୍ଦର କାମ କରି କର୍ମେ ସୁଖୀ ଅନୁଭବ କରିବେ ଏବଂ ମାନସିକ ଶାନ୍ତି ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତା ପାଇବେ ଏବଂ ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button