Breaking News

ମାର୍ଚ୍ଚ ୧୪ରେ ‘ଶିମଲୀ’

ଏମ୍‌କେଆର୍‌ ପ୍ରଡକ୍ସନ୍‌ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆଗାମୀ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ୟୁ/ଏ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଛବିର ପ୍ରଯୋଜିକା ହେଲେ ସ୍ମିତା ରାଉତ।

ଏମ୍‌କେଆର୍‌ ପ୍ରଡକ୍ସନ୍‌ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆଗାମୀ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ୟୁ/ଏ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଛବିର ପ୍ରଯୋଜିକା ହେଲେ ସ୍ମିତା ରାଉତ। ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ନିର୍ମାତା। ଓଲିଉଡ୍‌ର ଜଣାଶୁଣା ଏଡିଟର୍ ସୁକୁମାର ମଣି ‘ଶିମଲୀ’ ଜରିଆରେ ନିର୍ଦ୍ଦେଶକ ଭାବେ ପଦାର୍ପଣ କରିଛନ୍ତି। ଶିମିଳିପାଳର ନିତିଦିନିଆ ଘଟଣା ଉପରେ ଏହାର କଥାବସ୍ତୁ ଆଧାରିତ।

ହାତୀଦାନ୍ତ ଓ ବାଘଛାଲ ଚୋରାଚାଲାଣ, ବନରକ୍ଷୀଙ୍କୁ ଆକ୍ରମଣ ଭଳି ଅପରାଧର କାହାଣୀ ରହିଛି ‘ଶିମଲୀ’ରେ। ଏଥିରେ ସୂର୍ଯ୍ୟମୟୀ, ମନୋଜ ରାଉତ, ଲିପିକା, ଅନୁପ ଶାହା ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର। ବାଚୁ ମୁଖାର୍ଜୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଏହାର ଗୀତିକାର। ଏଥିରେ ଚାରିଟି ଗୀତ ରହିଛି। ଧ୍ରୁବାନନ୍ଦ ପଣ୍ଡା ଏହାର ସିନେମାଟୋଗ୍ରାଫର୍।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.