
ଇସଲାମାବାଦ: ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି। ସେହରିରୁ ଇଫତାର ପର୍ଯ୍ୟନ୍ତ, ମୁସଲମାନମାନେ ଉପବାସ ରଖନ୍ତି । କିନ୍ତୁ ଇଫତାରରେ ସବୁଠାରୁ ଅଧିକ ଚାହିଦା ଥାଏ ଫଳର ।ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରୁ ରମଜାନ ସମୟରେ ପାକିସ୍ତାନରେ ଫଳର ଦରଦାମ କିଭଳି ରହିଛି ସେନେଇ ଜଣାପଡ଼ିଛି ।
ପାକିସ୍ତାନରେ କଦଳୀ ଏବଂ ଅମୃତଭଣ୍ଡା ଅତି ମହଙ୍ଗା । ଗୋଟିଏ ମାସର ରାସନ ଲାଗି ଯେତିକି ଅର୍ଥ ଦରକାର ତାଠୁ ଅଧିକ ଫଳର ଦାମ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଦୋକାନୀ ତାଙ୍କୁ ତିନି ପ୍ରକାରର କଦଳୀ ଦେଖାଇଛନ୍ତି । ଖଦଳୀର ମୂଲ୍ୟ ୨୫୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ, ଅମୃତଭଣ୍ଡା କେଜି ପିଛା ୪୦୦ ଟଙ୍କାରେ ବିକ୍ରି ହେଉଛି।
ଅନ୍ୟ ଫଳ ସଂପର୍କରେ ମଧ୍ୟ ଜାଣିବାକୁ ଚେଷ୍ଟା କରିଥିଲେ ଭାରତୀୟ ବ୍ଲଗର । ସେଓ କିଲୋ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ଦୋକାନୀ । ସବୁଠାରୁ ବଡ଼ କଥା ହେଉଛି, ରମଜାନରେ ଅଧିକ ଜରୁରୀ ଫଳ ଖଜୁରୀ ମୂଲ୍ୟ ଅତି ଅଧିକ । ପ୍ରତି କିଲୋ ଖଜୁରୀ ମୂଲ୍ୟ ୧୨୦୦ ପାକିସ୍ତାନୀ ଟଙ୍କା । ଖଜୁରୀ କିଲୋଗ୍ରାମ ୧୨୦୦ ଟଙ୍କା ହୋଇଥିବା ବେଳେ, ଏହା ପାକିସ୍ତାନର ନାଗରିକଙ୍କୁ ଶକ୍ତ ଆଘାତ ଦେଇଛି । ଗୋଟିଏ ମାସର ରାସନ ଖର୍ଚ୍ଚ ଠାରୁ ବି ଅଧିକ ଗୋଟିଏ କେଜି ଖଜୁରୀ ମୂଲ୍ୟ ।
ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର ହୋଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି ଏବଂ ଅନେକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିଡିଓଟି ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ପାକିସ୍ତାନୀମାନେ ଏତେ ଉଚ୍ଚ ମୂଲ୍ୟରେ କିପରି ଜୀବନଯାପନ କରୁଛନ୍ତି ?’ ଅନ୍ୟ ଜଣେ ଲେଖିଛନ୍ତି, ‘ଆମ ଦେଶରେ ଅମୃତଭଣ୍ଡା କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ପାକିସ୍ତାନୀମାନେ ଫଳ ବର୍ଜନ କରିବା ଉଚିତ।’
ସୌଜନ୍ୟ Prameya News7




