ଓଡିଶା

ମିଲରଙ୍କ ଉପରେ ନିୟନ୍ତ୍ରଣ ନାହିଁ, ଆଗକୁ ଚାଷୀ ଆନ୍ଦୋଳନ ତୀବ୍ରତର ହେବ

ଭଦ୍ରକ ୧୩/୦୨: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ଢାଳିବା ସହ ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ ଜାରି ରଖିଛି । ନବ ନିର୍ମାଣ କୃଷକ ସଙ୍ଗଠନର ସଭାପତି ଅକ୍ଷୟ କୁମାର ଭଦ୍ରକରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

କହିଛନ୍ତି ଯେ ଚାଷୀ ଏବେ ସବୁଠାରୁ ଅଧିକ ଦୁଃଖରେ ଅଛି । ୮ କିଲୋରୁ ୧୨ କିଲୋ ପର୍ଯ୍ୟନ୍ତ ଧାନ କଟାଯାଉଅଛି । ମିଲରଙ୍କ ମନମାନି ବଢୁଛି । କିନ୍ତୁ ସରକାର ନିୟନ୍ତ୍ରଣ କରି ପାରୁନାହାଁନ୍ତି । ଚାଷୀଙ୍କ ସ୍ୱାର୍ଥି ପାଇଁ ଆନ୍ଦୋଳନ ଏବେ ତୀବ୍ରତର ହେବ ।

​​​​​​​ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହଠାତ୍ ଚାଷୀ ମାନେ ଧାନ ବୋଝେଇ ଟ୍ରାକ୍ଟର ନେଇ ଧସେଇ ପଶିଥିଲେ । ପରେ ଧାନ ବସ୍ତାକୁ ଢ଼ାଳିଥିଲେ । ଭଦ୍ରକ ଜିଲ୍ଲାରେ ମିଲର ମାନେ ଧାନ ଉଠାଇବା ପାଇଁ ମନା କରିଛନ୍ତି । ତେବେ ମିଲର ମାନେ ୮ କିଲୋରୁ ୧୩ କିଲୋ ପର୍ଯ୍ୟନ୍ତ ଧାନ କାଟୁଛନ୍ତି ମିଲର ।

ଏମିତିକି ଚାଷୀଙ୍କୁ ଅଖା ଦିଆଯାଉନାହିଁ ଓ ଗାଡ଼ି ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି । ତେବେ ସବୁ ମଣ୍ଡିରେ ଧାନ ଗଦା ହୋଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନ ମିଛ ତଥ୍ୟ ଦେଉଥିବା କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଗ୍ରାଉଣ୍ଡକୁ ନଯାଇ ଚାଷୀଙ୍କ ଉପରେ ଦୋଷ ଲଦା ଯାଇଛି । ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଚାଷୀ ଧାରଣାରେ ବସିବେ ବୋଲି କହିଛନ୍ତି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button