Breaking News

ମିଶିଯିବେ ହୋଣ୍ଡା-ନିସାନ-ମିତ୍‌ସୁବିସି

ଅଟୋମୋବାଇଲ୍ ଦୁନିଆରେ ଏକ ବୃହତ୍‌ ମିଶ୍ରଣ ହେବାକୁ ଯାଉଛି। ଜାପାନର ତିନି ଗାଡ଼ି ନିର୍ମାତା ହୋଣ୍ଡା ମୋଟର କମ୍ପାନି, ନିସାନ ମୋଟର ମଧ୍ୟରେ ମିଶ୍ରଣକୁ ନେଇ ଆନୁଷ୍ଠାନିକ ଭାବେ କଥାବାର୍ତ୍ତା ଆରମ୍ଭ ହୋଇଛି।

ନୂଆଦିଲ୍ଲୀ: ଅଟୋମୋବାଇଲ୍ ଦୁନିଆରେ ଏକ ବୃହତ୍‌ ମିଶ୍ରଣ ହେବାକୁ ଯାଉଛି। ଜାପାନର ତିନି ଗାଡ଼ି ନିର୍ମାତା ହୋଣ୍ଡା ମୋଟର କମ୍ପାନି, ନିସାନ ମୋଟର ମଧ୍ୟରେ ମିଶ୍ରଣକୁ ନେଇ ଆନୁଷ୍ଠାନିକ ଭାବେ କଥାବାର୍ତ୍ତା ଆରମ୍ଭ ହୋଇଛି। ଏଥିରେ ଅନ୍ୟତମ ଗାଡ଼ି ନିର୍ମାତା ମିତ୍‌ସୁବିସି ମଧ୍ୟ ଯୋଡ଼ି ହୋଇଛି। ମିଶ୍ରଣ ସମ୍ପର୍କରେ କଥାବାର୍ତ୍ତା ଲାଗି ସେମାନେ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ହୋଣ୍ଡା-ନିସାନ-ମିତସୁବିସିର ମିଶ୍ରଣ ହେଲେ ବିକ୍ରି ଦୃଷ୍ଟିରୁ ବିଶ୍ବର ତୃତୀୟ ବଡ଼ ଗାଡ଼ି କମ୍ପାନି ଗଠନ ହେବ। ୨୦୨୬ ସୁଦ୍ଧା ମିଶ୍ରଣ ପ୍ରକ୍ରିୟ‌ା ଶେଷ କରିବା ଉପରେ ତିନି କମ୍ପାନି କାର୍ଯ୍ୟ କରିବେ।

ସେମାନେ ଏକ ହୋଲ୍ଡିଂ କମ୍ପାନି ଗଠନ କରିବେ ଯାହା ଅଧୀନରେ ମିଶ୍ରିତ ସଂସ୍ଥା କାର୍ଯ୍ୟ କରିବ। ହୋଣ୍ଡା ପକ୍ଷରୁ ଉକ୍ତ କମ୍ପାନିର ମୁଖ୍ୟଙ୍କୁ ଚୟନ କରାଯିବ। ନିସାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହା ନିଜର କର୍ମଚାରୀଙ୍କୁ ଛଟେଇ କରିବା ସହ ଉତ୍ପାଦନ ମଧ୍ୟ କମ୍ କରିଛି। ନିସାନକୁ ଅଧିଗ୍ରହଣ କରିବା ଲାଗି ଆଇଫୋନ୍ ଉତ୍ପାଦନକାରୀ ଫକ୍ସକନ୍ ପ୍ରଥମେ ଆଗ୍ରହ ପ୍ରକାଶ କରିଥିଲା। କିନ୍ତୁ ହୋଣ୍ଡା ସହିତ ତାହାର କଥାବର୍ତ୍ତା ଚାଲିଥିବା ଜଣାପଡ଼ିବା ପରେ ଫକ୍ସକନ୍ ଆଗକୁ ବଢ଼ିନଥିଲା।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.